Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ଏଣିକି ଶିକ୍ଷା ସହାୟକଙ୍କ ସର୍ବନିମ୍ନ ଯୋଗ୍ୟତା +୨, କନିଷ୍ଠ କିରାଣୀଙ୍କ +୩

Date: Nov 30, 2017    Views: 407

ଭୁବନେଶ୍ୱର : ଏଣିକି ଶିକ୍ଷା ସହାୟକଙ୍କ ସର୍ବନିମ୍ନ ଯୋଗ୍ୟତା +୨ ହେବ  । ପୂର୍ବରୁ ଶିକ୍ଷା ସହାୟକମାନଙ୍କ ଯୋଗ୍ୟତା ମାଟ୍ରିକ ସିଟି ଥିଲା  । ନିଯୁକ୍ତି ପାଇ ସାରିଥିବା ମାଟ୍ରିକ ସିଟି ଶିକ୍ଷା ସହାୟକଙ୍କ କ୍ଷେତ୍ରରେ ଏହା ଲାଗୁ ହେବନାହିଁ  । ଖାଲି ସେତିକିନୁହେଁ ଶିକ୍ଷା ସହାୟକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି  । ଚାକିରୀ କାଳ ସମୟରେ ଯଦି ତାଙ୍କର କୌଣସି କାରଣରୁ ମୃତୁ୍ୟ ଘଟେ ତେବେ ତାଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ  । ଓପେପା ପକ୍ଷରୁ  ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ପତ୍ର ଲେଖାଯାଇଛି  ।


ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଜିଲ୍ଲାସ୍ତରୀୟ କନିଷ୍ଠ କିରାଣୀଙ୍କର ସର୍ବନିମ୍ନ ଯୋଗ୍ୟତା ବୃଦ୍ଧି କରାଯାଇଛି  । ପୂର୍ବରୁ ଏହା +୨ ଥିବାବେଳେ ଏବେ ତାହା +୩ କରାଯାଇଛି  । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  ।


    

Maximum 500 characters