Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ସୁପ୍ରିମକୋର୍ଟରେ ଶୁଣାଣୀ ଶେଷ ନହେବା ପର୍ଯ୍ୟନ୍ତ ବନ୍ଦ ହେଉ ପୋଲାଭରମ୍ ପ୍ରକଳ୍ପ

Date: Nov 29, 2017    Views: 138

ଭୁବନେଶ୍ୱର : ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଅନେକ ଅଂଚଳ ଜଳମଗ୍ନ ହେବ  । ଓଡ଼ିଶାରେ ଜନଶୁଣାଣୀ କରାନଯାଇ ପ୍ରକଳ୍ପ କାର୍ଯ୍ୟ ଜାରିରହିଛି  । ଆଇନର ଉଲ୍ଲଂଘନ କରାଯାଇ ପ୍ରକଳ୍ପକୁ ଅନେକ ପ୍ରକାର ବୈଧାନିକ ଅନୁମତି ପ୍ରଦାନ କରାଯାଇଛି  । ଅପରପକ୍ଷରେ ଏସଂକ୍ରାନ୍ତୀୟ ମାମଲା ଏବେ ସୁପ୍ରିମ୍କୋର୍ଟରେ ବିଚରାଧୀନ ରହିଛି  । ତେଣୁ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ଶେଷ ନହେବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ଏହି ଦାବି ଉପସ୍ଥାପନ କରିଛନ୍ତି  ।


ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ରାଜ୍ୟର ସ୍ୱାର୍ଥ ବ୍ୟାହତ ହୋଇଛି  । ରାଜ୍ୟର ନ୍ୟାୟୋଚିତ ଦାବି ପ୍ରତି ଆଦୌ ଦୃଷ୍ଟି ଦିଆଯାଇନାହିଁ  । ଏସଂକ୍ରାନ୍ତୀୟ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟ ଜାରି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ  । ଏନେଇ ସେ ୨୦୦୯ ଜାନୁଆରୀ ୯, ୨୦୦୯ ଜୁଲାଇ ୧୮, ୨୦୧୨ ଜୁଲାଇ ୨୪ ଓ ୨୦୧୫ ଜୁନ୍ ୧୬ରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି  । ସେହିପରି ଜାତୀୟ ପ୍ରକଳ୍ପ ମାନ୍ୟତା ପାଇବା ପାଇଁ ଥିବା ମାନଦଣ୍ଡକୁ ପୂରଣ କରୁନଥିଲେ ବି ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି  । 


ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଛନ୍ତିଯେ, ଯଦି ବର୍ତମାନର ଡିଜାଇନରେ ପୋଲାଭରମ ପ୍ରକଳ୍ପ ହୁଏ ତେବେ ଓଡ଼ିଶାର ବହୁ ଆଦିବାସୀ ଅଧ୍ୟୁଷିତ ଅଂଚଳ ବୁଡ଼ିଯିବାର ଆଶଙ୍କା ରହିଛି  । ଏନେଇ ସେ ପୂର୍ବରୁ ବହୁବାର ଉଦବେଗ ପ୍ରକାଶ କରିଆସିଛନ୍ତି  । ସେହିପରି ପୋଲାଭରମ୍ ପ୍ରକଳ୍ପଟି ଜାତୀୟ ପ୍ରକଳ୍ପର ମାନ୍ୟତା ପାଇବା ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାର ଏକପାଖିଆ ଭାବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ  । ଯେଉଁ ପ୍ରକଳ୍ପର ଯୋଜନା ଓ ଡିଜାଇନଟି ଗୋଦାବରୀ ଜଳ ବିବାଦ ଟ୍ରିବୁନାଲର ବିରୋଧାଚରଣ କରୁଥିବାବେଳେ ଛତିଶଗଡ଼ ଓ ଓଡ଼ିଶା ସରକାର ଏଥିରେ ସହମତି ପ୍ରକାଶ କରିନାହାନ୍ତି  । ପରିବେଶ ମଂଜୁରୀ ପାଇଁ ଜନଶୁଣାଣୀ ବାଧ୍ୟତାମୂଳକ ଥିଲେ ମଧ୍ୟ ଓଡ଼ିଶାରେ ଜନଶୁଣାଣୀ କରାନଯାଇ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି  । ସୁପ୍ରିମକୋର୍ଟରେ ଜନଶୁଣାଣୀ ସଂକ୍ରାନ୍ତୀୟ ମାମଲାର ଶୁଣାଣୀ ମଧ୍ୟ ଶେଷ ହୋଇନାହିଁ  । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତଙ୍କ କଥା ବିଚାରକୁ ନିଆଯାଇନାହିିଁ କିମ୍ବା ସେମାନଙ୍କର ସହଯୋଗ ମଧ୍ୟ ଲୋଡ଼ା ଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଳେଖ କରିଛନ୍ତି  ।


ନବୀନ କହିଛନ୍ତିଯେ, ଆଇନ ଉଲ୍ଲଂଘନ କରି ଏହି ପ୍ରକଳ୍ପକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପରିବେଶ ଓ ଜଙ୍ଗଲ ଅନୁମତି, ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ପୁନର୍ବାସ ଓ ଥଇଥାନ ଅନୁମତି ଏବଂ କେନ୍ଦ୍ରୀୟ ଜଳ କମିଶନ ଦ୍ୱାରା ଟିଏସପି ଅନୁମତି ପ୍ରଦାନ କରାଯାଇଛି  । ଏନେଇ ମୁଖ୍ୟମନ୍ତ୍ରୀ ଆଇନ୍ରେ ଥିବା ଧାରା ଓ ପୋଲାଭରମ୍ ପ୍ରକଳ୍ପରେ ହୋଇଥିବା ଉଲ୍ଲଂଘନ ସଂକ୍ରାନ୍ତରେ ଦର୍ଶାଇଛନ୍ତି  ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତିଯେ, ପ୍ରଥମେ ପୋଲାଭରମ୍ ପ୍ରକଳ୍ପର ୩୬ ଲକ୍ଷ କୁ୍ୟସେକ୍ର ଫ୍ଲଡ଼ ଡିଜାଇନ୍କୁ ପରିବେଶ ଅନୁମତି ମିଳିଥିଲା  । ତେବେ ପରେ କେନ୍ଦ୍ରୀୟ ଜଳ କମିଶନ ୨୦୦୫ରେ ୫୦ ଲକ୍ଷ କୁ୍ୟସେକର ବନ୍ୟା ଡିଜାଇନକୁ ଅନୁମତି ପ୍ରଦାନ କରିଥିଲେ  । ଯେତେବେଳେକି ପରିବେଶ ମନ୍ତ୍ରଣାଳୟର ପ୍ରକଳ୍ପ ମଂଜୁରୀ କମିଟିରେ ଆଡ଼ିବନ୍ଧ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇନଥିଲା  । 


    

Maximum 500 characters