Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

ଚାଷୀଙ୍କ ପାଇଁ ଗୃହ ଅଚଳ

Date: Nov 28, 2017    Views: 92

ଭୁବନେଶ୍ବର : ଚାଷୀଙ୍କ ପାଇଁ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନଟି ଅଚଳ ହୋଇଯାଇଛି । ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକମାନେ ଚାଷୀଙ୍କ ଦାବି ପୂରଣ ନେଇ ହଟ୍ଟଗୋଳ କରିଛନ୍ତି । ଫଳରେ ଗୃହକୁ ୧୧ଟା ୯ରୁ ୧୨ଟା ୯ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଆଜି ଥିଲା ଶୀତ ଅଧିବେଶନର ପ୍ରଥମ ଦିନ । ଜାତୀୟ ସଂଗୀତ ଗାୟନ ସରିବା ପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଂଗତ ପୂର୍ବତନ ମନ୍ତ୍ରୀ ମୁରଲୀଧର ଗୁରୁ ଓ ପୂର୍ବତନ ବିଧାୟକ ସମୟ କିସ୍କୁଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ ବିରୋଧୀଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଦନ ସିଂହଦେଓ ଓ ବାଚସ୍ପତି ପ୍ରଦୀପ କୁମାର ଅମାତ । ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଫ୍ଲେକ୍ସର ଜ୍ୟାକେଟମାନ ପିନ୍ଧି ଗୃହର ମଧ୍ୟ ଭାଗକୁ ମାଡିଆସି ହଟ୍ଟଗୋଳ କରିଥିଲେ । ଅପରପକ୍ଷରେ ନଷ୍ଟ ହୋଇଯାଇଥିବା ଧାନକେଣ୍ଡା ଧରି ଗୃହର ମଧ୍ୟଭାଗରେ ବିଜେପି ବିଧାୟକମାନେ ନାରାବାଜି କରିଥିଲେ । ଅପରପକ୍ଷରେ ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ଧାନର ଏମଏସପି ବୃଦ୍ଧି ନେଇ ନାରାବାଜି କରିଥିଲେ । ପରେ ବିଜେଡି ବିଧାୟକମାନେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଧାନର ଏମଏସପି ବୃଦ୍ଧି ନେଇ ପ୍ରତିବାଦ କରିଥିଲେ ।


    

Maximum 500 characters