Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ମାଛ ପୋଖରୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Date: Nov 27, 2017    Views: 623

ଭୁବନେଶ୍ୱର : ମାଛ ଉପôାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମାଛ ପୋଖରୀ ଯୋଜନା’ ଘୋଷଣା କରିଛନ୍ତି  । ଏହି ଯୋଜନାରେ ୯୬ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଲକ୍ଷ୍ୟ ରଖାଯାଇଛି  । ଏହାଦ୍ୱାରା ଅତିରିକ୍ତ ୨୨୦୦ ହେକ୍ଟର ଜମିରେ ମଧୁର ଜଳ ମାଛ ଚାଷର ବ୍ୟବସ୍ଥା କରାଯିବା ସହ ମାଛ ଚାଷୀଙ୍କୁ ୫୦% ଆର୍ଥିକ ସହାୟତା  ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି  । ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି  ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେଯେ, ଗ୍ରାମୀଣ ଅର୍ଥନୀତିର ବିକାଶରେ ଗୋପାଳନ ଓ ମତ୍ସ୍ୟ ସମ୍ପଦ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ  । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ କ୍ଷୀର, ମାଂସ, ଅଣ୍ଡା ଓ ମାଛ ବିକ୍ରି କରି ଅର୍ଥ ରୋଜଗାର କରିଥାନ୍ତି ବୋଲି ନବୀନ କହିଥିଲେ  । ସେ କହିଲେଯେ ଭାରତ ସରକାରଙ୍କ ସର୍ଭେ ଅନୁଯାୟୀ, ଓଡ଼ିଶା ହେଉଛି ଦେଶର ଏକ ମାତ୍ର ରାଜ୍ୟ ଯାହାକି ଏକ ଦଶନ୍ଧି ମଧ୍ୟରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିପାରିଛି  । ସେହିପରି ମତ୍ସ୍ୟ ଓ ଗୋପାଳନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉଲ୍ଲେଖନୀୟ ଭାବେ ୩୩.୩୫ ଗୁଣା ବୃଦ୍ଧି ହାସଲ କରିପାରିଛି  ।


ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ଗତ ୧୭ ବର୍ଷ ମଧ୍ୟରେ ରାଜ୍ୟର ବାର୍ଷିକ ମାଛ ଉପôାଦନ ୨.୬୦ ଲକ୍ଷ ଟନରୁ ୬ ଲକ୍ଷ ଟନରୁ ଉଦ୍ଧ୍ୱର୍ ହୋଇପାରିଛି  । ସେହିପରି ୨୦୦୦ ମସିହାରେ ରାଜ୍ୟରେ ଦୈନିକ ୨୪ ଲକ୍ଷ ଲିଟର କ୍ଷୀର ଉପôାଦିତ ହେଉଥିବାବେଳେ ଏବେ ଦୈନିକ ୫୪ ଲକ୍ଷ ଲିଟର କ୍ଷୀର ଉପôାଦିତ ହେଉଛି  । ଏତଦବ୍ୟତୀତ ଅଣ୍ଡା ଉପôାଦନ ମଧ୍ୟ ଅଢେ଼ଇ ଗୁଣ ବୃଦ୍ଧି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ  ।


    

Maximum 500 characters