Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ବିଜେପିକୁ ସମାଲୋଚନା କରିବା ପାଇଁ ଭାଷା ପାଉନି : ଦାମ

Date: Nov 27, 2017    Views: 195

ଭୁବନେଶ୍ୱର : ମୁଁ ଚଷା ପୁଅ  । ଚାଷୀର ଦରଦ ବୁଝିଛି  । ହେଲେ ସେମାନେ ବେପାରୀ ଘରର ପୁଅ  । ବେପାରୀ କେମିତି ଚାଷୀର ଦରଦ ବୁଝିବେ ବୋଲି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ପ୍ରଶ୍ନ କରିଛନ୍ତି  । ବିଜେପିର ସଚିବାଳୟ ଘେରାଉ ନେଇ ପ୍ରତିକ୍ରିୟା ବ୍ୟକ୍ତ କରି ଏହା କହିଛନ୍ତି ଦାମୋଦର  ।
ଡାକ୍ତର ରାଉତ କହିଛନ୍ତିଯେ, ଚାଷୀଙ୍କ ସମସ୍ୟା କ’ଣ ସେ ଜାଣନ୍ତି  । ନବୀନ ପଟ୍ଟନାୟକ ଚାଷୀଙ୍କୁ ଅବହେଳା କରୁନାହାନ୍ତି  । ରୋଗ ପୋକ ଲାଗି କିଛି ଜମିରେ ଫସଲ ନଷ୍ଟ ହୋଇଛନ୍ତି  । ସରକାର ନୈତିକ କାର୍ଯ୍ୟ କରୁଛନ୍ତି  । ଭୁଲ୍ କଲେ ଲୋକେ ଦଣ୍ଡ ଦେବେ  । ଲୋକେ ଭୋଟ୍ ଦେଇଛନ୍ତି, ସରକାର ସେମାନଙ୍କ କଥା ବୁଝୁଛନ୍ତି  । ଯଦି ସେମାନଙ୍କର ଏତେ ଦରଦ ଲୋକେ ସେମାନଙ୍କୁ ଭୋଟ ଦେଲେନି କାହିଁକି ବୋଲି ଦାମ ପ୍ରଶ୍ନ କରିଛନ୍ତି  । ନିଜର ସଂସ୍କୃତି, ବୃତି ଓ ଧର୍ମ ପ୍ରତି ସେମାନଙ୍କର ଆସକ୍ତି ନାହିଁ  । ବାହାର ଲୋକଙ୍କୁ ଘରକୁ ଆଣି ଅପପ୍ରଚାର କରୁଛନ୍ତି  । ସେମାନଙ୍କୁ କେଉଁ ଭାଷାରେ ସମାଲୋଚନା କରିବି ଭାଷା ପାଉନାହିଁ ବୋଲି କୃଷି ମନ୍ତ୍ରୀ କହିଛନ୍ତି  ।


    

Maximum 500 characters