Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ରାଜଭବନ ଆଗରେ ବିଜେଡ଼ି, ସଚିବାଳୟ ଆଗରେ ବିଜେପି

Date: Nov 27, 2017    Views: 208

ଭୁବନେଶ୍ୱର : ଚାଷୀ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡ଼ି ଓ ବିଜେପି  । ଚାଷୀ ସମସ୍ୟା ପାଇଁ ବିଜେଡ଼ି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛି ବିଜେପି  । ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଠାରୁ ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ଚାଷୀ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଦୁଇ ଦଳର କୃଷକ ସାମ୍ମୁଖ୍ୟ  ।


ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପôାଦନ ଖର୍ଚ୍ଚର ଦେଢ଼ଗୁଣା କରିବାକୁ ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ  । ହେଲେ ଏଯାବତ୍ କେନ୍ଦ୍ର ସରକାର ସେନେଇ ପଦକ୍ଷେପ ଗ୍ରହଣ କରିନାହାନ୍ତି  । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିଥିଲେ  । ବିଧାନସଭାରେ ମଧ୍ୟ ଏନେଇ ପ୍ରସ୍ତାବ ପାରିତ ହୋଇଥିଲା  । ତେବେ ବିଧାନସଭା କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଚାହିଁଥିଲେ ମଧ୍ୟ ସୁଯୋଗ ମିଳିନାହିଁ  । ଏମଏସପି ୨୯୩୦ ଟଙ୍କା କରିବା ଦାବିରେ ଆଜି ରାଜଭବନ ଆଗରେ ଧାରଣା ଦେଇଛି ବିଜେଡ଼ି  । ଧାରଣା ପରେ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ବିଜେଡ଼ି ସ୍ମାରକ ପତ୍ର ଦେବ  ।


ଅପରପକ୍ଷରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି  । ମରୁଡ଼ି, ଚକଡ଼ା ପୋକ ଓ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ହାନି ହୋଇଛି  । ହେଲେ ସରକାର ସଠିକ୍ ପଦକ୍ଷେପ ଗ୍ରହଣ କରୁନଥିବାରୁ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି  । ସେହିପରି ଚାଷୀଙ୍କର ସଠିକ୍ କ୍ଷୟକ୍ଷତି ଆକଳନ କରାଯାଉନାହିଁ  । ଫଳରେ ନକଲି ଚାଷୀ ଉପକୃତ ହେବାର ଆଶଙ୍କା ରହିଛି  । କ୍ଷେତ୍ର ପରିଦର୍ଶନ କରି ଅଫିସରମାନେ କ୍ଷୟକ୍ଷତି ଆକଳନ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି  । ଅପରପକ୍ଷରେ କୃଷି ଋଣ ଛାଡ଼ ଦାବିରେ ମଧ୍ୟ ଆଜି ବିଜେପି କୃଷକ ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ  । ରାଜ୍ୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ଦଳର କାର୍ଯ୍ୟକର୍ତାମାନେ ସଚିବାଳୟ ଯିବେ  । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦଳ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି  । 


    

Maximum 500 characters