Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ଏମସରେ ଜଗା-କାଳିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Date: Nov 26, 2017    Views: 228

ନୂଆଦିଲ୍ଲୀ : ଏମ୍ସରେ ଜଗା କାଳିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରୀ ଟିମ୍ଠାରୁ ପଚାରି ବୁଝିଛନ୍ତି  । କାଳିଆର ସ୍ୱାସ୍ଥ୍ୟର ଉନ୍ନତି ଘଟିଥିବାବେଳେ ସେ ଏବେ ବିପଦମୁକ୍ତ ଅଛି  । ତେବେ କେବଳ ସଂକ୍ରମଣ ଭୟ ଆଶଙ୍କା ରହିଥିବା ଏମସର ନିଦେ୍ର୍ଧଶକ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି  । ପୂର୍ବରୁ ଜଗାର  ସ୍ୱାସ୍ଥ୍ୟରେ ବେଶ୍ ଉନ୍ନତି ଆସିଛି  । ଜଗା ବଲ୍ ଓ ଝୁମକା ଧରି ଖେଳୁଥିବା ଡାକ୍ତରୀ ଟିମ୍ ପ୍ରକାଶ କରିଛନ୍ତି  । 
ଜଗା କାଳିଆକୁ ଭେଟିବା ଅବସରରେ ନବୀନ ଯୋଡ଼ା ଶିଶୁର ଅସ୍ତ୍ରୋପଚାର କରୁଥିବା ପୂରା ଡାକ୍ତରୀ ଟିମକୁ ସାବାସୀ ଦେବା ସହ ଓଡ଼ିଶା ସେମାନଙ୍କୁ ସବୁଦିନ ପାଇଁ ମନେରଖିବ ବୋଲି ଡାକ୍ତରମାନଙ୍କୁ ସେ କହିଛନ୍ତି  । ନବୀନ ଯୋଡ଼ା ଶିଶୁର ପିତାମାତାଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି  । ପିଲାମାନଙ୍କ ଦ୍ରୁତ ଆଶୁ ଆରୋଗ୍ୟ କାମନା କରି ନବୀନ ପ୍ରାର୍ଥନା କରିବା ସହ ସାରା ଓଡ଼ିଶା ତାଙ୍କ ପାଇଁ ପ୍ରାର୍ଥନା କରୁଛି ବୋଲି ଏହି ଅବସରରେ ପ୍ରକାଶ କରିଛନ୍ତି  ।


    

Maximum 500 characters