Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ଯବାନଙ୍କ ବଳିଦାନକୁ ଦେଶ କେବେ ଭୁଲିବ ନାହିଁ : ପ୍ରଧାନମନ୍ତ୍ରୀ

Date: Nov 26, 2017    Views: 121

ନୂଆଦିଲ୍ଲୀ : ବହୁ କଷ୍ଟ ସ୍ୱୀକାର କରି ଆମର ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନ ପ୍ରଣୟନ କରିଛନ୍ତି  । ସେହି ବିଚାରଧାରାକୁ ପାଥେୟ କରି ଆମେ ନୂଆ ଭାରତ ବର୍ଷ ଗଢ଼ିବା ପାଇଁ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସେହିପରି ଆତଙ୍କବାଦ ସହ ଭାରତ ଯୁଝୁଥିବାବେଳେ ଯବାନମାନଙ୍କ ପାଇଁ ୧୨୫ କୋଟି ଲୋକ ଶାନ୍ତିରେ ଶୋଇ ପାରୁଛନ୍ତି  । ଯବାନମାନଙ୍କ ବଳିଦାନକୁ ଦେଶ କେବେ ଭୁଲିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।


୨୬/୧୧ ଘଟଣାର ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେଯେ,  ନଭେମ୍ବର ୨୬ ହେଉଛି ସମ୍ବିଧାନ ଦିବସ  । ୧୯୪୯ ମସିହାର ଆଜିର ଦିନରେ ଆମ ସମ୍ବିଧାନକୁ ସମ୍ବିଧାନ ପରିଷଦର ସ୍ୱୀକୃତି ମିଳିଥିବାବେଳେ ୧୯୫୦ ଜାନୁଆରୀ ୨୬ରୁ ଆମ ସମ୍ବିଧାନ କାର୍ଯ୍ୟକାରୀ ହେଉଛି । ସମ୍ବିଧାନ ପ୍ରଣେତାମାନଙ୍କ ବିଚାରାଧାରାକୁ ପାଥେୟ କରି ଆମେ ନୂଆ ଭାରତ ଗଢ଼ିବା ପାଇଁ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ  । ତେବେ ଆଜକୁ ୯ ବର୍ଷ ତଳେ ଆଜିର ଦିନରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା  । ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ଯାଇ ଅନେକ ପୁଲିସ୍ ଓ ସୁରକ୍ଷା କର୍ମୀ ଶହୀଦ ହୋଇଥିବାବେଳେ ସାଧାରଣ ଲୋକ ମଧ୍ୟ ମୃତୁ୍ୟବରଣ କରିଥିଲେ  । ଦେଶ ସେମାନଙ୍କର ବଳିଦାନକୁ କେବେ ଭୁଲିବ ନାହିଁ  । ଗତ ୪୦ ବର୍ଷ ଧରି ଆମ ଦେଶ ଆତଙ୍କବାଦ ସମସ୍ୟା ସହ ଯୁଝୁଥିବାବେଳେ ଅନେକ ନୀରିହ ନାଗରିକଙ୍କର ଜୀବନ ଯାଇଛି  । ଅନେକବାର ଭାରତ ବିଶ୍ୱ ସମୁଦାୟ ନିକଟରେ ଆତଙ୍କବାଦ ସମସ୍ୟା କଥା ଉଠାଉଥିଲେ ମଧ୍ୟ ଏହାକୁ ଗୁରୁତର ସହ ଗ୍ରହଣ କରାଯାଉନଥିଲା  । ହେଲେ ଆଜି ଆତଙ୍କବାଦୀମାନେ ସେମାନଙ୍କ ଦୁଆର ବାଡେ଼ଇଲେଣି  । ଯେଉଁଥିପାଇଁ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଦେଶସମୂହ ଆତଙ୍କବାଦକୁ ଏକ ବଡ଼ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି  । ଭାରତ ହେଉଛି ବୁଦ୍ଧ, ମହାବୀର, ଗୁରୁ ନାନକ ଓ ମହାତ୍ମାଗାନ୍ଧୀଙ୍କ ଦେଶ  । ଭାରତ ହେଉଛି ସେହି ଦେଶ, ଯିଏ ବିଶ୍ୱକୁ ପ୍ରେମ ଓ ଅହିଂସାର ବାର୍ତା ଦେଇଛି  । ଆସନ୍ତା ଡିସେମ୍ବର ୪ରେ ନୌସେନା ଦିବସ ପାଳିତ ହେବାକୁ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନୌସେନା ଯବାନମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ  । ଏହି ଅବସରରେ ପ୍ରଧାନମନ୍ତ୍ରୀ ଚୋଳ ସାମ୍ରାଜ୍ୟର ନୌସେନା ସମ୍ପର୍କରେ ଆଲୋକପାତ କରିଥିଲେ । 


ଯବାନମାନଙ୍କ ପାଇଁ ଦେଶର ୧୨୫ କୋଟି ଜନତା ସୁରକ୍ଷିତ ଭାବେ ଜୀବନଯାପନ କରୁଛନ୍ତି  । ଆସନ୍ତା ଡିସେମ୍ବର ୧ରୁ ୭ ପର୍ଯ୍ୟନ୍ତ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏକ ସଚେତନତା ଅଭିଯାନ ଆରମ୍ଭ ହେଉଛଇ  । ଏହି ଅବସରରେ ଆମେ ଆର୍ମଡ଼ ଫୋର୍ସ ଫ୍ଲାଗ ବିତରଣ କରିପାରିବା  । ସେହିପରି ଆମ ଯବାନମାନଙ୍କ ପାଇଁ ପାଣ୍ଠି ସଂଗ୍ରହ ମଧ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିଛନ୍ତି  ।


ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଲେଯେ, ଆସନ୍ତା ଡିସେମ୍ବର ୫ ହେଉଛି ବିଶ୍ୱ ମୃତିକା ଦିବସ  । ମାଟି ମାଇଁ ଆମେ ଖାଇପାରୁଛୁ  । ମାଟି ନଥିଲେ ଗଛ ବଢ଼ନ୍ତା ନାହିଁ  । ଚାଷୀଙ୍କ ପାଇଁ ମାଟି ମଧ୍ୟ ଅପରିହାର୍ଯ୍ୟ  । ତେଣୁ ମୃତିକାର ସ୍ୱାସ୍ଥ୍ୟ ପରୀକ୍ଷା କରି ଚାଷୀଙ୍କୁ ସ୍ୱାସ୍ଥ୍ୟ କାଡର଼୍ ବିତରଣ କରାଯାଉଛି  । ଯାହାଦ୍ୱାରା ଚାଷୀମାନେ ବେଶ୍ ଉପକୃତ ହୋଇପାରୁଛନ୍ତି  । ୨୦୧୬-୧୭ ରବି ଋତୁରେ ଗହମ ଉପôାଦନ ଏକର ପିଛା ୩ରୁ ୪ ଗୁଣା ବୃଦ୍ଧି ପାଇବା ସହ ସେମାନଙ୍କର ଆୟ ବୃଦ୍ଧି ହୋଇପାରିଛି  । ଅଧିକ ୟୁରିଆ ଉପଯୋଗ ଦ୍ୱାରା ମୃତିକା ନଷ୍ଟ ହୋଇଯାଉଛି  । ୨୦୨୨ ସୁଦ୍ଧା ୟୁରିଆ ବ୍ୟବହାର ଅଧା ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି  ।


    

Maximum 500 characters