Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ଆନ୍ତଃରାଜ୍ୟ ପରିଷଦ ବୈଠକ : ତୁରନ୍ତ ମହାନଦୀ ଟ୍ରିବୁନାଲ ଗଠନ ପାଇଁ ଦାବି କଲେ ନବୀନ

Date: Nov 26, 2017    Views: 47

ଭୁବନେଶ୍ୱର : ମହାନଦୀ ଟ୍ରିବୁନାଲ ଗଠନ ବିଳମ୍ବିତ ହେଉଥିବାରୁ ଏହାର ଫାଇଦା ଛତିଶଗଡ଼ ନେଇଯାଉଛି  । ଓଡ଼ିଶାର ସ୍ୱାର୍ଥ ହାନି ଘଟୁଛି  । ତେଣୁ ତୁରନ୍ତ ମହାନଦୀ ଟ୍ରିବୁନାଲ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି  । ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତଃ ରାଜ୍ୟ ପରିଷଦ ଷ୍ଟାଣ୍ଡିଂ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଦାବି ଉପସ୍ଥାପନ କରିଛନ୍ତି  । 
ସେହିପରି ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ମଧ୍ୟ ରାଜ୍ୟର ସ୍ୱାର୍ଥ ହାନି ଘଟୁଛି  । ତେଣୁ ଏହି ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ  । ଚାଷୀଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେଯେ, ରାଜ୍ୟର ଚାଷୀକୂଳ ମରୁଡ଼ି ଓ ଚକଡ଼ା ପୋକ ଆକ୍ରମଣରେ ଫସଲ ହରାଇ ଚାପରେ ରହିଛି  । ତେଣୁ କେନ୍ଦ୍ର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରୁବୋଲି ନବୀନ ଦୃଷ୍ଟି ଆକର୍ଷଣ କରିଥିଲେ  । 


    

Maximum 500 characters