Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ମା’ ଲକ୍ଷ୍ମୀଙ୍କ ପାଇଁ ସୁନାର କିରୀଟ କରିବ ଶ୍ରୀମନ୍ଦିର ପ୍ରଶାସନ : ପ୍ରଦୀପ ଜେନା

Date: Nov 26, 2017    Views: 99

ଭୁବନେଶ୍ୱର : ଶ୍ରୀମନ୍ଦିରରେ ଥିବା ମା’ ମହାଲକ୍ଷ୍ମୀଙ୍କ ମୁଣ୍ଡରେ ଲାଗିବ ସୁନାର କିରୀଟ  । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସୂଚନା ଦେଇଛନ୍ତି  ।
ସେ କହିଛନ୍ତିଯେ, ମା’ ମହାଲକ୍ଷ୍ମୀଙ୍କ ମନ୍ଦିରଟି ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣ ନଥାଏ  । ସେବାୟତମାନେ ଏହି ଦାୟିତ୍ୱରେ ରହିଛନ୍ତି  । ମହାଲକ୍ଷ୍ମୀଙ୍କ ସୁନାର କିରୀଟଟି ଏବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ  । ମୁକୁଟ ଭାଙ୍ଗିଯାଇଥିବାରୁ ମରାମତି ପାଇଁ ଦାୟିତ୍ୱରେ ଥିବା ସେବାୟତ ନେଇଛନ୍ତି  । ଏବେ ମହାଲକ୍ଷ୍ମୀଙ୍କ ମସ୍ତକରେ ଲାଗୁଥିବା କିରୀଟଟି ରୂପାର  । ସେଥିରେ ସୁନା ପାଣି ଦିଆଯାଇଛି  । ତେବେ ଶ୍ରୀମନ୍ଦିର ପ୍ରଶାସନ ସୁବର୍ଣ୍ଣର କିରୀଟ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି  । ସେହିପରି ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି  । 
ଅପରପକ୍ଷରେ ମନ୍ଦିର ପ୍ରଶାସନକୁ ଜଣାଇ କିରୀଟକୁ ଭଣ୍ଡାର ଘରେ ରଖାଯାଇଛି ବୋଲି ମହାଲକ୍ଷ୍ମୀ ମନ୍ଦିରର ବରିଷ୍ଠ ସେବାୟତ ରାମଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି  । ସୂଚନାଯୋଗ୍ୟଯେ, ମାର୍ଗଶୀର ମାସ ଗୁରୁବାରରେ ମା’ ମହାଲକ୍ଷ୍ମ୍ୀଙ୍କ ମୁଣ୍ଡରେ କିରୀଟି ନଥିବାରୁ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା  ।


    

Maximum 500 characters