Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କେବେ ହେବ ବିଜେପୁର ନିର୍ବାଚନ

    Share on :
    Date: Nov 25, 2017    Views: 184

    ଭୁବନେଶ୍ବର : ଆସନ୍ତା ଡିସେମ୍ବର ୨୧ରେ ୪ ରାଜ୍ୟରେ ବିଧାନସଭା ଉପନିର୍ବାଚନ ହେବ । ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଓ ତାମିଲନାଡୁର ପାଂଚ ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ତେବେ ଓଡିଶାର ବିଜେପୁର ଆସନ ପାଇଁ ତାରିଖ ଘୋଷଣା କରାଯାଇ ନାହିଁ । ଯାହାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ଡିସେମ୍ବର ୨୧ରେ ୟୁପିର ସିକନ୍ଦ୍ରା, ଅରୁଣାଚଳ ପ୍ରଦେଶର ପକ୍କେ_କସାଙ୍ଗ, ପଶ୍ଚିମବଂଗର ସବାଂଗ ଓ ତାମିଲନାଡୁର ଆରକେ ନଗର ଆସନରେ ଉପନିର୍ବାଚନ ହେବ । ଏଥିପାଇଁ ସୋମବାର ଠାରୁ ପ୍ରାର୍ଥୀପତ୍ର ଦାଖଲ କରାଯିବ । ଡିସେମ୍ବର ୨୪ରେ ଭୋଟ ଗଣତି ହେବ ବୋଲି କମିଶନ ଘୋଷଣା କରିଛନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook