Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ବଢ଼ିଲା ସାଂସଦ ରବୀନ୍ଦ୍ର ଜେନାଙ୍କ ଅଡ଼ୁଆ

Date: Nov 24, 2017    Views: 1056

ଭୁବନେଶ୍ୱର : ସାଂସଦ ରବୀନ୍ଦ୍ର ଜେନାଙ୍କ ପାଇଁ ଅଡ଼ୁଆ ବଢ଼ିବ  । ସାଂସଦ ଶ୍ରୀ ଜେନାଙ୍କର ଅନ୍ତରୀଣ ସୁରକ୍ଷା ଆଦେଶର ପୁନର୍ବିଚାର କରିବା ପାଇଁ ସିବିଆଇ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି  । ସିସୋର ଠକେଇ ନେଇ ତନାଘନା ଚାଲିଥିବାବେଳେ ଶ୍ରୀ ଜେନାଙ୍କର ଅଫିସ୍ ଓ ଘର ଉପରେ ଚଢ଼ାଉ ହୋଇଥିଲା  । ଗିରଫ ହେବା ଆଶଙ୍କାରେ ଶ୍ରୀ ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅନ୍ତରୀଣ ସୁରକ୍ଷା ଲୋଡ଼ିଥିଲେ  । ପରେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ  ।


ସୂଚନାଯୋଗ୍ୟଯେ, ଗତ ଜାନୁଆରୀରେ ସିସୋର ଚିଟ୍ଫଣ୍ଡ ଠକେଇ ନେଇ ସିବିଆଇ ରବୀନ୍ଦ୍ର ଜେନାଙ୍କ ଅଫିସ୍ ଓ ବାସଭବନରେ ଚଢ଼ାଉ କରିଥିଲେ  । ୨୦୧୫ ଜାନୁଆରୀ ୧୨ ଓ ୨୦୧୬ ଡିସେମ୍ବର ୧୦ରେ ସିବିଆଇ ଶ୍ରୀ ଜେନାଙ୍କୁ ମଧ୍ୟ ଜେରା କରିଥିଲେ  । ଅଭିଯୋଗ ଅନୁଯାୟୀ, ଶ୍ରୀ ଜେନା ସିସୋର ସିଏମଡ଼ିଙ୍କ ଠାରୁ ୧୮ କୋଟି ଟଙ୍କା ଋଣ ଆଣିଥିଲେ  । ତେବେ ସେ ତାକୁ ପରିଶୋଧ କରିନଥିଲେ  । ତେବେ ଏନେଇ ସେତେବେଳେ ଶ୍ରୀ ଜେନା କହିଥିଲେଯେ, ସିସୋର ସହ ତାଙ୍କର ବ୍ୟବସାୟିକ ସମ୍ପର୍କ ଥିଲା  । ବରଂ ସିସୋର ତାଙ୍କ ଠାରୁ ଅର୍ଥ ନେଇଥିଲା  । ଏପରିକି ସେ ସିସୋର ଠାରୁ ପ୍ରାୟ ୧.୮୬ କୋଟି ଟଙ୍କା ପାଇବେ  । ତାଙ୍କର ସିସୋର ଠକେଇ ସହ କୌଣସି ସମ୍ପର୍କ ନଥିଲା ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ  ।


    

Maximum 500 characters