Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନଥିଲେ : ଦାମୋଦର ରାଉତ

Date: Nov 24, 2017    Views: 1482

ଭୁବନେଶ୍ୱର : ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କୃଷି ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ଡାକ୍ତର ଦାମୋଦର ରାଉତ  । ଯେଉଁ ଜୟୀ ରାଜଗୁରୁଙ୍କୁ ଗଛ ଡାଳରେ ବାନ୍ଧି ବ୍ରିଟିଶ୍ ସରକାର ଚିରି ଦେଇଥିଲେ ସେ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି  । ଖୋର୍ଦ୍ଧା ଲୋକ ମହୋତ୍ସବରେ ଯୋଗଦେଇ ଡାକ୍ତର ରାଉତ କହିଲେଯେ, ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି  । ଓଡ଼ିଶା ଦଖଲ ପାଇଁ ବ୍ରିଟିଶର ତାଙ୍କୁ ପ୍ରଲୋଭିତ କରିଥିଲେ  । ଦୁଇଟି ପ୍ରଗଣା ନଦେବାରୁ ସେ ଲଢେ଼ଇ କରିଥିଲେ  । ଏହି ଲଢେ଼ଇ ମାତ୍ର ତିନି ଚାରିଦିନ ଚାଲିଥିଲା  । ପ୍ରକୃତ ପାଇକ ବିଦ୍ରୋହ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିଲା ବୋଲି ସେ କହିଥିଲେ  ।


ଡାକ୍ତର ରାଉତ କହିଲେଯେ, ସେ ସଂସ୍କୃତି ମନ୍ତ୍ରୀ ଥିବାବେଳେ ଓଡ଼ିଶା ଇତିହାସ ସମ୍ପର୍କରେ ଗବେଷଣା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ  । ଐତିହାସିକ ବିସି ରାୟ ଗବେଷଣା କରିଥିଲେ  । ଐତିହାସିକମାନେ କହିଛନ୍ତିଯେ, ମରହଟ୍ଟାମାନଙ୍କ ଠାରୁ ଜୟୀ ରାଜଗୁରୁ ଦୁଇଟି ପ୍ରଗଣା ଚାହୁଁଥିଲେ  । ଫଳରେ ମରହଟ୍ଟାଙ୍କ ସହ ତାଙ୍କର ବିବାଦ ହୋଇଥିଲା  । ତେବେ ବ୍ରିଟିଶରମାନେ ତାଙ୍କ ସହ ଗୋପନରେ କଥାବାର୍ତା କଲେ  । ଯେତେ ପ୍ରଗଣା ମାଗିବେ ସେତେ ପ୍ରଗଣା ଦେବେବୋଲି କହିଥିଲେ  । ଜୟୀ ରାଜଗୁରୁଙ୍କ ସହମତି ନେଇ ବ୍ରିଟିଶର ଓଡ଼ିଶା ଦଖଲ କରିଥିଲେ  । ହେଲେ ବ୍ରିଟିଶମାନେ ଓଡ଼ିଶା ଦଖଲ କରିବା ପରେ ଜୟୀଙ୍କୁ ପ୍ରଗଣା ଦେଇନଥିଲେ  । ଫଳରେ ଜୟୀ ରାଜଗୁରୁ ପ୍ରଗଣା ପାଇଁ ବିଦ୍ରୋହ କରିଥିଲେ  । ଯାହାକି ମାତ୍ର ତିନି ଚାରି ଦିନ ଚାଲିବା ପରେ ବନ୍ଦ ହୋଇଯାଇଥିଲା ବୋଲି ଡାକ୍ତର ରାଉତ କହିଛନ୍ତି  ।


    

Maximum 500 characters