Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ଇତିଶ୍ରୀ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ

Date: Nov 24, 2017    Views: 1489

ଭୁବନେଶ୍ୱର : ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ହତ୍ୟାକାରୀ କିଏ ? ପୁଲିସ୍ କି ସିବିଆଇ କେହି ଟେର ପାଇଲେନି  । ଅଜଣା ଆତତାୟୀର ସନ୍ଧାନ ସିବିଆଇ ନପାଇବାରୁ ସୁପ୍ରିମ୍କୋର୍ଟ ମାମଲାକୁ ବନ୍ଦ କରିଦେଇଛନ୍ତି  । 
୨୦୧୩ରେ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ଘଟଣା ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା  । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଟିକିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ କାଶୀପୁର ବ୍ଲକ ଏସଆଇ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା  । ୨୦୧୩ ଅକ୍ଟୋବର ୨୭ ରାତି ୯ଟା ୨୦ରେ ଇତିଶ୍ରୀ ନିଜ ଘରେ ଗୀତ ଶୁଣୁଥିଲେ  । ତେବେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ଘର ଭିତରକୁ ପଶି ଆସି ମାମଲା ଉଠାଇବାକୁ ଧମକ ଦେଇଥିଲେ  । ତେବେ ସେ ରାଜି ନହେବାରୁ ଉକ୍ତ ବ୍ୟକ୍ତି ଇତିଶ୍ରୀଙ୍କ ଉପରେ କିରୋସିନ ଢାଳି ନିଅାଁ ଲଗାଇ ଦେଇଥିଲେ  । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ପ୍ରଥମେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା  । ପରେ ଜିଲ୍ଲା ହସପିଟାଲ୍ ଓ ସେଠାରୁ ତାଙ୍କୁ ବିଶାଖପାଟଣାର ସେଭେନ ହିଲସ ହସପିଟାଲକୁ ନିଆଯାଇଥିଲା  । ବିଭିନ୍ନ ପର୍ଯ୍ୟାୟରେ ଇତିଶ୍ରୀଙ୍କ ଠାରୁ ମୃତୁ୍ୟକାଳୀନ ଜମାନ ବନ୍ଦୀ ନିଆଯାଇଥିଲା  । ୨୦୧୩ ଅକ୍ଟୋବର ୧ ସକାଳ ୧୧ଟା ୧୪ରେ ତାଙ୍କର ମୃତୁ୍ୟ ଘଟିଥିଲା  ।
ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଂଚକୁ ନିଦେ୍ର୍ଧଶ ଦେଇଥିଲେ  । କ୍ରାଇମବ୍ରାଂଚ ନେତ୍ରାନନ୍ଦଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରି ଜେଲ୍ ପଠାଇ ଦେଇଥିଲେ  । ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତରିତ କରାଯାଇଥିଲା  । ସିବିଆଇ ଘଟଣାର ତଦନ୍ତ କରି କିଛି ସୁରାକ୍ ପାଇନଥିଲା  । ପ୍ରଥମେ ଦୁଇଟି ରିପୋର୍ଟ ଦେବା ପରେ ଗତ ମେ’ ପହିଲାରେ ଶେଷ ରିପୋର୍ଟ ଦାଖଲ କରିଥିଲା ସିବିଆଇ  । ମାମଲାର ଅଜ୍ଞାତ ଅଭିଯୁକ୍ତଙ୍କ ସନ୍ଧାନ ମିଳୁନଥିବାରୁ ଏହି ମାମଲାକୁ ବନ୍ଦ କରିବା ପାଇଁ ସିବିଆଇ ସୁପ୍ରିମ୍କୋର୍ଟଙ୍କୁ ଅନୁରୋଧ କରିଥିଲେ  । ଆଜି ଏହି ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ମାମଲାକୁ ବନ୍ଦ କରିଛନ୍ତି  ।


    

Maximum 500 characters