Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

‘ଆମେ କଟକିଆଙ୍କ ଅଣ୍ଡରରେ ରହିବୁନି’

Date: Nov 24, 2017    Views: 1859

ଭୁବନେଶ୍ୱର : ‘ଏଇଟା ଆମର କୋଶଳ ରାଜ୍ୟ  । ଆମେ କଟକିଆଙ୍କ ଅଣ୍ଡରରେ ରହିବୁନି  । ଆମେ ୧୨ ଜିଲ୍ଲା ଏକାଠି ହୋଇଛୁ  । ଆଗାମୀ ଦିନରେ ଏହି ଆନେ୍ଦାଳନ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିବ  ।’ ଇଏ ହେଉଛି କୋଶଳ ଆନେ୍ଦାଳନରେ ସାମିଲ୍ ହୋଇଥିବା ନେତାଙ୍କ ମତ  । ପୁଣି ଥରେ କୋଶଲ ରାଜ୍ୟ ଆନେ୍ଦାଳନ କଡ଼ ଲେଉଟାଇଛି  । 


 ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ଆଜି ବଲାଙ୍ଗୀର ଓ ସୋନପୁରରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି  । ବାଣିଜି୍ୟକ ଓ ଶିକ୍ଷା ପ୍ରତିଷ୍ଠାନ ବନ୍ଦ ରହିବା ସହ ଗମନାଗମନ ଠପ୍ ହୋଇଯାଇଛି  । ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି  ।


ସ୍ୱତନ୍ତ୍ର କୋଶଳ ଗଠନ ଆନେ୍ଦାଳନ ପୁଣି ତେଜିବାରେ ଲାଗିଛି  । କୋଶଳ ସମନ୍ୱୟ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା  । ଆଜି ସକାଳ ୬ଟାରୁ କୋଶଳ ରାଜ୍ୟକୁ ସମର୍ଥନ କରୁଥିବା ଆନେ୍ଦାଳନକାରୀମାନେ ପିକେଟିଂ ଆରମ୍ଭ କରିଦେଇଥିଲେ  । ଫଳରେ ଶିକ୍ଷାନୁଷ୍ଠାନ ଓ ବାଣିଜି୍ୟକ ପ୍ରତିଷ୍ଠାନ ବନ୍ଦ ରହିଥିଲା  । ଅପରପକ୍ଷରେ ରାସ୍ତା ଅବରୋଧ କରାଯାଇଥିବାରୁ ଗମନାଗମନ ପୂରା ଠପ୍ ହୋଇଯାଇଛି  । ଜାତୀୟ ରାଜପଥ ୨୬ ଓ ୫୭ ଶୂନ ଶାନ୍ ହୋଇପଡ଼ିଛି  । ସେହିପରି ସାଇକେଲ୍ ର୍ୟାଲି ମଧ୍ୟ ଦେଖିବାକୁ ମିଳିଥିଲା  ।


    

Maximum 500 characters