Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ଡିସେମ୍ବର ୧୫ରୁ ସଂସଦର ଶୀତ ଅଧିବେଶନ

Date: Nov 24, 2017    Views: 25

ନୂଆଦିଲ୍ଲୀ : ଡିସେମ୍ବର ୧୫ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ  । ଏହି ଅଧିବେଶନ ଜାନୁଆରୀ ୫ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି  । 
ସୂଚନାଯୋଗ୍ୟ ସଂସଦର ଶୀତ ଅଧିବେଶନ ବିରୋଧ ହେଉଥିବାରୁ ପୂର୍ବରୁ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମୋଦି ସରକାରଙ୍କୁ ଟାର୍ଗେଟ୍ କରି ଆସୁଥିଲେ  । ଏପରିକି କଂଗ୍ରେସ ପକ୍ଷରୁ ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା  । ତେବେ ସଂସଦ ଅଧିବେଶନ ନେଇ କୌଣସି ବିଳମ୍ବ ହୋଇ ନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ପ୍ରକାଶ କରିଥିଲେ  । 
ସାଧାରଣତଃ ସଂସଦର ଶୀତ ଅଧିବେଶନ ନଭେମ୍ବର ତୃତୀୟ ସପ୍ତାହରୁ ଡିସେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ହୋଇଥାଏ  ।


    

Maximum 500 characters