Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ଦେହ ବଜାରରେ ବିହାରୀ ଝିଅଙ୍କୁ ବିକୁଛନ୍ତି ବିହାରୀ ପୁଅ

Date: Nov 24, 2017    Views: 1927

ନୂଆଦିଲ୍ଲୀ : ଭଲ ମୁଖ୍ୟମନ୍ତ୍ରୀ ତାଲିକାରେ ଥିବା ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭେଲ ଖବର  । ଦେହ ବଜାରରେ ବିହାରୀ ଝିଅମାନଙ୍କୁ ବିହାରୀ ପୁଅମାନେ ବିକ୍ରି କରୁଛନ୍ତି  ।  ରାଜଧାନୀ ଦିଲ୍ଲୀରେ ବିକ୍ରି ହୋଇଥିବା ଜଣେ ବିହାରୀ ଝିଅକୁ ପୁଲିସ୍ ଉଦ୍ଧାର କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି  । ବିହାରୀ ଦଲାଲମାନେ ସେଇ ଝିଅକୁ ପ୍ରାୟ ସାଢେ଼ ୩ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଜାଣିବାକୁ ମିଳିଛି  ।
ପୁଲିସ ସୂତ୍ର ଅନୁଯାୟୀ, ବିବାହ କରାଇ ଦେବା ଆଶା ଦେଖାଇ ଜଣେ ବିହାରୀ ଦଲାଲ ନିଜ ରାଜ୍ୟର ଝିଅକୁ ଦିଲ୍ଲୀ ଆଣିଥିଲା  । ସେଠାରେ ତାକୁ ଅନୈତିକ କାରବାରରେ ବି ଲଗାଇଥିଲା  । ତେବେ ଗରାଖ ସାଜିବା ବାହାନାରେ ପୁଲିସ ସେମାନଙ୍କୁ ଧରିବାରେ ସମର୍ଥ ହୋଇଛି  । ଅମର ଓ ରଣଜିତ୍ ଶାହା ନାମକ ଏଇ ଦୁଇ ବିହାରୀ ଯୁବକଙ୍କୁ ପୁଲିସ୍ ନୂଆଦିଲ୍ଲୀ ଷ୍ଟେସନରୁ ଗିରଫ କରିଛି  ।


    

Maximum 500 characters