Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ଦାମ ଓ ସୂର୍ଯ୍ୟ କଳି

Date: Nov 23, 2017    Views: 258

ଭୁବନେଶ୍ୱର : ବିଜେଡ଼ିର ଦୁଇ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ସୂର୍ଯ୍ୟ ନାରାୟଣ ପାତ୍ର ପରୋକ୍ଷରେ କଥା କଟାକଟି ହୋଇଛନ୍ତି  । କୃଷି ବିଭାଗ ଅଧିକାରୀମାନେ କାମ କରୁନାହାନ୍ତି  । କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ରିପୋର୍ଟ ଦେବାକୁ ସରକାର ନିଦେ୍ର୍ଧଶ ଦେଇଥିଲେ ବି ସେମାନେ କରୁନାହାନ୍ତି  । ସେଥିପାଇଁ କାଲି ସେମାନଙ୍କୁ ଛତ୍ରପୁରରେ ଗାଳି କଲି  । ତେଣୁ ଆଜି ସକାଳୁ ସେମାନେ କ୍ଷେତ୍ରକୁ ଯାଇ ଅନୁଧ୍ୟାନ କରୁଛନ୍ତି ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି  । 


ଅପରପକ୍ଷରେ ଏନେଇ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତିଯେ, ସୂର୍ଯ୍ୟ ବାବୁ ସେ ରାଜସ୍ୱ ମନ୍ତ୍ରୀ ଥିଲେ  । କ୍ଷୟକ୍ଷତି କିଏ ଆକଳନ କରେ ସେ ଜାଣନ୍ତି  । ରାଜସ୍ୱ ଅଧିକାରୀମାନଙ୍କ ସହ କୃଷି ଅଧିକାରୀ ଯାଇ କ୍ଷୟକ୍ଷତି ଆକଳନ କରନ୍ତି  । ଏବେ ମଧ୍ୟ ଉଭୟ ବିଭାଗର ଅଧିକାରୀ ଆକଳନ କରୁଛନ୍ତି ବୋଲି ଦାମ କହିଛନ୍ତି  ।


    

Maximum 500 characters