Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ନାରାୟଣଙ୍କ ପାଇଁ ବିଜେଡ଼ି କରିଛି ଡିଲ୍ :ବିଜେପି

Date: Nov 22, 2017    Views: 665

ଭୁବନେଶ୍ୱର : ନାରାୟଣ ବିଜେପି ଛାଡ଼ିବା ପାଇଁ ଡିଲ୍ ହୋଇଛି  । ବିଜେଡ଼ି ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂହ ଏହି ଡିଲ୍ରେ ସଫଳ ହୋଇଛନ୍ତି  । ବିପୁଳ ଅର୍ଥ ସହ ପୁଅର ମୁକ୍ତି ପାଇଁ ବୁଝାମଣା କରାଯାଇଛି  । ଏଭଳି ଅଭିଯୋଗ ବାଢ଼ିଛନ୍ତି ବିଜେପି ଉପସଭାପତି ତଥା ମୁଖପାତ୍ର ସମୀର ମହାନ୍ତି  । ସେହିପରି ବିଜେପୁରରେ ଶହ ଶହ ନାରାୟଣ ଅଛନ୍ତି  । ତେଣୁ ଜଣେ ନାରାୟଣ ଦଳରୁ ଚାଲିଗଲେ କିଛି ଫରକ ପଡ଼ିବ ନାହିଁ ବୋଲି ସମୀର କହିଛନ୍ତି  ।


ଅପରପକ୍ଷରେ ଏହାର ଜବାବ ଦେଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ କହିଛନ୍ତି ନାରାୟଣ ବିଜେପିର କାର୍ଯ୍ୟକଳାପ ନେଇ ଅସନ୍ତୁଷ୍ଟ ଥିଲେ  । ତେଣୁ ସେ ଦଳ ଛାଡ଼ି ବିଜେଡ଼ିରେ ଯୋଗ ଦେଉଛନ୍ତି  ।  ବିଜେପିର ଅଭିଯୋଗ ହାସ୍ୟାସ୍ପଦ  । ଯଦି ନେତା ମିଶ୍ରଣ ପଛରେ ଡିଲ୍ ହେଉଛି ତେବେ ଅଶୋକ ପାଣିଗ୍ରାହୀଙ୍କୁ ବିଜେପିକୁ ନେବା ନେବା ପାଇଁ ବିଜେପି ଡିଲ କରିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି  ।


    

Maximum 500 characters