Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

କଂଗ୍ରେସକୁ ହାର୍ଦ୍ଧିକଙ୍କ ସମର୍ଥନ

Date: Nov 22, 2017    Views: 74

ଅହମ୍ମଦାବାଦ : ଗୋଟିକ ପରେ ଗୋଟିଏ ସହଯୋଗୀ ହାତ ଛାଡ଼ିବା ପରେ ହତୋତ୍ସାହିତ  ହାର୍ଦ୍ଧିକ ପଟେଲ୍ କଂଗ୍ରେସର ‘ହାତ’ ଧରିଛନ୍ତି  । ଅପରପକ୍ଷରେ ଗୁଜୁରାଟ୍ ନିର୍ବାଚନରେ ପାଶ୍ ହେବା ପାଇଁ କଂଗ୍ରେସ ହାର୍ଦ୍ଧିକଙ୍କ ‘ପାସ୍ (ପଟିଦାର ଅନାମତ ଆନେ୍ଦାଳନ ସମିତି)’ର ସର୍ତ ମାନିନେବାକୁ ବାଧ୍ୟ ହୋଇଛି  । ଫଳରେ ହାର୍ଦ୍ଧିକ ଗୁଜୁରାଟ୍ ନିର୍ବାଚନରେ ଏକାକୀ ଲଢ଼ିବେ ନା କଂଗ୍ରେସକୁ ସହଯୋଗ କରିବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା ତା’ର ଅନ୍ତ ଘଟିଛି  ।


ଆଜି ସକାଳୁ ସକାଳୁ କଂଗ୍ରେସକୁ ସମାଲୋଚନା କରିବାର ମାତ୍ର ଘଂଟାକ ପରେ ହାର୍ଦ୍ଧିକ ୟୁଟର୍ଣ୍ଣ ନେଇଥିଲେ  । ପଟିଦାରମାନଙ୍କୁ ସଂରକ୍ଷଣ ଦେବା ପାଇଁ କଂଗ୍ରେସ ରାଜି ହୋଇଥିବାରୁ ସେ ଓ ତାଙ୍କ ସଂଗଠନ କଂଗ୍ରେସକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ ବୋଲି ହାର୍ଦ୍ଧିକ ଘୋଷଣା କରିଛନ୍ତି  । ସେହିପରି ତାଙ୍କ ସଂଗଠନର ୪ ଜଣଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ଜାଣିବାକୁ ମିଳିଛି  । ତେବେ ସେ ଆସନ ନୁହେଁ ତାଙ୍କ ସଂପ୍ରଦାୟର ଯୁବକମାନଙ୍କ ପାଇଁ ସଂରକ୍ଷଣ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି  ।


ସୂଚନାଯୋଗ୍ୟଯେ, ଗୁଜୁରାଟ୍ ଭୋଟରଙ୍କ ମଧ୍ୟରୁ ୧୪% ହେଉଛନ୍ତି ପଟେଲ୍ ସମ୍ପ୍ରଦାୟର  । ପୂର୍ବରୁ ଏହି ସମ୍ପ୍ରଦାୟର ଲୋକେ ବିଶେଷକରି ବିଜେପିକୁ ସମର୍ଥନ ଦେଇ ଆସୁଥିଲେ  । ତେବେ ହାର୍ଦ୍ଧିକଙ୍କ ଆନେ୍ଦାଳନ ପରେ ସ୍ଥିତି ପଲଟିବାର କରିଛି  । କଂଗ୍ରେସକୁ ହାର୍ଦ୍ଧିକଙ୍କ ସମର୍ଥନ ବିଜେପି ପାଇଁ ଚିନ୍ତାର କାରଣ ହେବ ବୋଲି ରାଜନୀତିକ ମହଲରେ ମତପ୍ରକାଶ ପାଉଛି  ।


    

Maximum 500 characters