Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

ଗର୍ଭଗୃହର ଫଟୋ ଭାଇରାଲ୍ ଘଟଣା : ରିପୋର୍ଟ ତଲବ କଲେ ହାଇକୋର୍ଟ

Date: Nov 22, 2017    Views: 117

ଭୁବନେଶ୍ୱର : ଗର୍ଭଗୃହର ଫଟୋ ଭାଇରାଲ୍ ଘଟଣାରେ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି  । ଡିସେମ୍ବର ୬ ମଧ୍ୟରେ ରିପୋର୍ଟ ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି  । ଆଜି ହାଇକୋର୍ଟରେ ଜଗମୋହନ ମରାମତି ସଂକ୍ରାନ୍ତୀୟ ଶୁଣାଣୀ ବେଳେ ହାଇକୋର୍ଟ ଏହି ନିଦେ୍ର୍ଧଶ ଦେଇଥିଲେ  ।


ଅପରପକ୍ଷରେ ଏହି ଫଟୋ ଭାଇରାଲ୍ ନେଇ ଏଏସଆଇକୁ ରିପୋର୍ଟ ତଲବ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା  । କିଭଳି, କେମିତି ଓ କେଉଁ ପରିସ୍ଥିତିରେ ଏହି ଫଟୋ ଭାଇରାଲ୍ ହେଲା ସେନେଇ ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି  । ସେହିପରି ଭବିଷ୍ୟତରେ ଏଭଳି ଫଟୋ କିଭଳି ପଦାକୁ ନଯିବ ସେନେଇ ଏଏସଆଇ କି ପଦକ୍ଷେପ ଗ୍ରହଣ କରିବ ତାହା ମଧ୍ୟ ଅବଗତ କରିବାକୁ କୁହାଯାଇଛି  । ଏତଦବ୍ୟତୀତ ଏଣିକି କର୍ମଚାରୀମାନେ ଅଣ୍ଡରଟେକିଂ ଦେଇ ଶ୍ରୀମନ୍ଦିର ଯିବେ ବୋଲି ଶ୍ରୀ ଜେନା ସ୍ପଷ୍ଟ କରିଦେଇଛନ୍ତି  । ସେହିପରି ଫଟୋ ଭାଇରାଲ୍ କରିଥିବା ସଦାନନ୍ଦ ଶର୍ମା ଇମେଲ୍ ଯୋଗେ ଏନେଇ କ୍ଷମା ପ୍ରାର୍ଥନା କରିଛନ୍ତି ବୋଲି ସେ କହିଛନ୍ତି  ।


ଗତକାଲି ଶ୍ରୀ ଜେନା କହିଥିଲେଯେ, ସଦାନନ୍ଦ ଶର୍ମା ନାମକ ସିଆଇଏମଏଫଆର ଧାନବାଦର ଜଣେ ବରିଷ୍ଠ ବିଶେଷଜ୍ଞ ଏହି ଫଟୋଗୁଡ଼ିକୁ ଫେସବୁକ୍ରେ ପକାଇଥିଲେ  । ଏଏସଆଇ ପକ୍ଷରୁ ଜଗମୋହନ ମରାମତି କରାଯିବା ବେଳେ ସେ ଏହାର ଫଟୋ ଉଠାଇଥିଲେ  । ଜଗମୋହନ ମରାମତିରେ ଶ୍ରୀ ଶର୍ମା ସହଯୋଗ କରୁଥିଲେ  । ତେବେ ସେ ନିଜର ଦୋଷ ସ୍ୱୀକାର କରିବା ସହ କ୍ଷମା ମାଗିଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସୂଚନା ଦେଇଥିଲେ  ।


ଅପରପକ୍ଷରେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ୍ ବିପି ଦାଶ  । ଏନେଇ ସେ ଆଇନ୍ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ମାଗିଛନ୍ତି  । ଦଶ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି  । ଏପରିକି ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ କମିଶନ କହିଥିଲେ  । 

 


    

Maximum 500 characters