Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

୧୮୧୭ ନୁହେଁ ୧୮୦୪ରୁ ହୋଇଥିଲା ପାଇକ ବିଦ୍ରୋହ : ଗଜପତି ମହାରାଜ

Date: Nov 22, 2017    Views: 227

ଭୁବନେଶ୍ୱର : ଚଳିତ ବର୍ଷ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପାଇକ ବିଦ୍ରୋହର ଦ୍ୱିଶତ ବାର୍ଷିକୀ ଉତ୍ସବ ପାଳିତ ହେଉଛି  । ତେବେ ଗୁରୁଜଙ୍ଗ ଠାରେ ଆୟୋଜିତ ଏକ ଉତ୍ସବରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି  । ୧୮୧୭ ନୁହେଁ ବରଂ ୧୮୦୪ରେ ପାଇକ ବିଦ୍ରୋହ ହୋଇଥିଲା ବୋଲି ଗଜପତି କହିଛନ୍ତି  । ସେ କହିଛନ୍ତିଯେ, ୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ପ୍ରଥମେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା  । ପରବର୍ତୀ ସମୟରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ପାଇକ ବିଦ୍ରୋହକୁ ଆଗେଇ ନେଇଥିଲେ  । ଏହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ  । ଉଚ୍ଚତର ଗବେଷଣା ଓ ଐତିହାସିକ ତଥ୍ୟକୁ ସନ୍ନିବସିତ କରି ଭାରତ ସରକାରଙ୍କ ନିକଟରେ ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ଗଜପତି କହିଛନ୍ତି  ।


    

Maximum 500 characters