Jul 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଇସିଜେକୁ ପୁନଃ ନିର୍ବାଚିତ ହେଲେ ଭାରତୀୟ ବିଚାରପତି

    Share on :
    Date: Nov 21, 2017    Views: 161

    ନୂଆଦିଲ୍ଲୀ : ଭାରତୀୟମାନଙ୍କ ପାଇଁ ଖୁସି ଖବର  । ଆନ୍ତର୍ଜାତୀୟ ନ୍ୟାୟାଳୟକୁ  ଭାରତୀୟ ବିଚାରପତି ଡାଲଭିର ଭଣ୍ଡାରୀ ପୁନଃ ନିର୍ବାଚିତ ହୋଇଛନ୍ତି  । ଶେଷ ରାଉଣ୍ଡ ଭୋଟ୍ ପୂର୍ବରୁ ବ୍ରିଟେନ୍ର ବିଚାରପତି ପ୍ରାର୍ଥୀ ଓହରିଯିବାରୁ ଜଷ୍ଟିସ୍ ଭଣ୍ଡାରୀ ବିଜୟ ଲାଭ କରିଛନ୍ତି  । 
    ସୂଚନାଯୋଗ୍ୟଯେ, ଏହି ପଦବୀ ପାଇଁ ଲଣ୍ଡନର କ୍ରିଷ୍ଟାଫୋର ଗ୍ରୀନ୍ ୱାଡର଼୍ ମଧ୍ୟ ପ୍ରାର୍ଥୀ ଥିଲେ  । ତେବେ ୧୧ ତମ ରାଉଣ୍ଡ ଭୋଟ୍ରେ ଜଷ୍ଟିସ୍ ଭଣ୍ଡାରୀଙ୍କୁ ଜାତିସଂଘ ସାଧାରଣ ପରିଷଦର ଅଧିକ ସମର୍ଥନ ମିଳିଥିବାବେଳେ କ୍ରିଷ୍ଟାଫୋରଙ୍କୁ ଜାତିସଂଘ ସୁରକ୍ଷା ପରିଷଦର ଅଧିକ ସମର୍ଥନ ମିଳିଥିଲା  । ତେବେ ନୈତିକତା ଦୃଷ୍ଟିକୋଣରୁ ବ୍ରିଟିଶ୍ ପ୍ରାର୍ଥୀ ଓହରିଯାଇଥିଲେ । ଏହା ଭାରତ ପାଇଁ ଗୌରବମୟ ମୁହୂର୍ତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟାବ୍ୟକ୍ତ କରିଛନ୍ତି  । ଅପରପକ୍ଷରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍ ଜାତିସଂଘର ଦୁଇ ପରିଷଦକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook