Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

ବିଜେପିରେ ଲାଗିଛି ଚକଡ଼ା ପୋକ : ବିଜୟ

Date: Nov 21, 2017    Views: 1095

ଭୁବନେଶ୍ୱର : ‘ବିଜେପିରେ ଚକଡ଼ା ପୋକ ଲାଗିଛି  । ଦଳ ତୁରନ୍ତ ଏହାର ପ୍ରତିକାର କରିବା ଦରକାର  ।’ ଦୀର୍ଘଦିନର ନୀରବତା ପରେ ଏମିତି ଗୁଗଲି ଫିଙ୍ଗିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର  । 
ବରଗଡ଼ ବିଜେପି ସଭାପତି ନାରାୟଣ ସାହୁ ଦଳ ଛାଡ଼ିବା ପରେ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି  । ନବୀନ ନିବାସରେ ନାରାୟଣ ବିଜେପିକୁ ଟାର୍ଗେଟ୍ କରିଥିବାବେଳେ ଏବେ ବିଜେପି ନାରାୟଣଙ୍କୁ ଟାର୍ଗେଟ୍ କରିଛି  । ନାରାୟଣଙ୍କ ଇସ୍ତଫା ପତ୍ର ପାଇନାହିଁ ବୋଲି ସଭାପତି ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି  । ତେବେ ଦଳବିରୋଧୀ ଓ ଶୃଙ୍ଖଳା ଭଙ୍ଗର ଅଭିଯୋଗ ଆଣି ନାରାୟଣଙ୍କୁ ବିଜେପି ବହିଷ୍କାର କରିଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି  । ସେହିପରି ନାରାୟଣଙ୍କ ସ୍ଥାନରେ ଡକ୍ଟର ଅରୂପାନନ୍ଦ ସାହୁଙ୍କୁ ବରଗଡ଼ ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଛି  । ସେହିପରି ନାରାୟଣଙ୍କ ପୁଅଙ୍କ ନାମରେ ଅପରାଧିକ ମାମଲା ଥିବାରୁ ସୁରକ୍ଷା ପାଇଁ ସେ ବିଜେଡ଼ିକୁ ଯାଇଛନ୍ତି ବୋଲି ମୁଖପାତ୍ର ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି  ।


    

Maximum 500 characters