Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ବିଜେଡ଼ିରେ ନାରାୟଣ

Date: Nov 21, 2017    Views: 1592

ଭୁବନେଶ୍ୱର : ବିଜେପି ଛାଡ଼ିବା ପରେ ବିଜେଡ଼ିରେ ମିଶିବାକୁ ଯାଉଛନ୍ତି ନାରାୟଣ  । ଦଳରୁ ଇସ୍ତଫା ଦେବା ପରେ ନାରାୟଣ ନବୀନ ନିବାସ ଯାଇ ପହଁଚିଛନ୍ତି  । ଫଳରେ ବିଜେପୁର ନିର୍ବାଚନ ପୂର୍ବରୁ ବିଜେଡ଼ି ଏହାର  କୌଶଳରେ ସଫଳ ହେବା ସହ ନିଜର ସ୍ଥିତିକୁ ମଜବୁତ କରିପାରିଛି ବୋଲି ରାଜନୀତିକ ମହଲରେ ମତ ପ୍ରକାଶ ପାଉଛି  ।


ସୂଚନାଯୋଗ୍ୟଯେ, ଆଜି ସକାଳେ ବରଗଡ଼ ବିଜେପି ଜିଲ୍ଲା ସଭାପତି ନାରାୟଣ ସାହୁ ଦଳ ଛାଡ଼ିବା ନେଇ ଘୋଷଣା କରିଥିଲେ  । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପତ୍ର ଲେଖି ଜଣାଇଛନ୍ତି  । ଦଳର କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଥିବା କଥା  ଉଲ୍ଳେଖ କରିଛନ୍ତି  । ବିଜେପୁର ଉପନିର୍ବାଚନ ପୂର୍ବରୁ ଏହା ଦଳ ପାଇଁ ଧକ୍କା ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି  ।


ନାରାୟଣ ସାହୁଙ୍କ ନେତୃତ୍ୱରେ ବିଜେପି ଗତ ପଂଚାୟତ ନିର୍ବାଚନରେ ବରଗଡ଼ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିଲା  । ବିଜେପୁର ଉପନିର୍ବାଚନରେ ସେ ନିଜେ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ  । ତେବେ ପରେ ବିଜେପି ଅସନ୍ତୁଷ୍ଟ ବିଜେଡ଼ି ନେତା ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇ ପ୍ରାର୍ଥୀ କରିବା ପାଇଁ ନିଷ୍ପତି ନେଇଥିଲା  । ଯାହାକୁ ନାରାୟଣ ବିରୋଧ କରିବା ସହ ଦଳରୁ ଇସ୍ତଫା ଦେଇଥିଲେ  । ତେବେ ସଭାପତି ବସନ୍ତ ପଣ୍ଡା ଇସ୍ତଫା ପତ୍ର ଗ୍ରହଣ କରିନଥିଲେ  । ପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ବୁଝାସୁଝା କରି ମନେଇ ଦେଇଥିଲେ  । ତେବେ ଆଜି ପୁଣି ନାରାୟଣଙ୍କ ଇସ୍ତଫା ବିଜେପିକୁ ଧକ୍କା ଦେଇଛି  ।


    

Maximum 500 characters