Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ବିଜେପିରେ ରାଜ୍ୟ ସ୍ତରୀୟ ନୂତନ ଦାୟିତ୍ୱ ଘୋଷଣା

Date: Nov 20, 2017    Views: 37

ଭୁବନେଶ୍ୱର : ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ବିଜେପି ତରଫରୁ ରାଜ୍ୟ ସ୍ତରୀୟ ନୂତନ ଦାୟିତ୍ୱ ଘୋଷଣା କରାଯାଇଛି । ରାଜ୍ୟ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥା ପ୍ରଭାରୀ ଭାବରେ ପୂର୍ବତନ ବିଧାୟକ ସୁଭାଷ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ସହ ପ୍ରଭାରୀ ଭାବରେ ଅମର ନାୟକଙ୍କୁ ଦାୟିତ୍ୱ ଦିଆ ଯାଇଛି । 
ସେହିପରି ସହରାଂଚଳ ସ୍ୱାୟତ ଶାସନ ବ୍ୟବସ୍ଥାର ପ୍ରଭାରୀ ଭାବରେ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ସହ ପ୍ରଭାରୀ ଭାବେ ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କୁ ଦାୟିତ୍ୱ ଦିଆ ଯାଇଛି ।
ରକ୍ଷା ସମ୍ବନ୍ଧୀୟ ଗଣମାଧ୍ୟମରେ ପ୍ୟାନେଲିଷ୍ଟ ଭାବରେ କର୍ନେଲ ବି.କେ ବସ୍ତିଆଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

 


    

Maximum 500 characters