Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଡିସେମ୍ବରରେ ରାହୁଲ ହେବେ କଂଗ୍ରେସ ସଭାପତି

    Share on :
    Date: Nov 20, 2017    Views: 172

    ନୂଆଦିଲ୍ଲୀ : ଉଣେଇଶି ବର୍ଷ ପରେ ନବକଳେବର ହେବାକୁ ଯାଉଛି ଅଖିଳ ଭାରତୀୟ କଂଗ୍ରେସ କମିଟି  । ୧୯୯୮ରୁ ଆଜି ପର୍ଯ୍ୟନ୍ତ ଏଆଇସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସୋନିଆ ଗାନ୍ଧୀ ପଦ ଛାଡ଼ିବାକୁ ଯାଉଛନ୍ତି  । ଆଉ ତାଙ୍କ ସ୍ଥାନ ନେବେ ଗାନ୍ଧୀ ପରିବାରର ଉତର ଦାୟାଦ ତଥା ଏଆଇସିସି ଉପସଭାପତି ରାହୁଲ ଗାନ୍ଧୀ  । ଏନେଇ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ନିଷ୍ପତି ନେଇସାରିଥିବାବେଳେ କେବଳ ଔପଚାରିକ ଘୋଷଣା ବାକି ଅଛି  ।


    କଂଗ୍ରେସର ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଦଳର ସଭାପତି ନିର୍ବାଚନ କରାଯିବ  । ଆସନ୍ତା ଡିସେମ୍ବର ୧ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବାର ଥିବାବେଳେ ଡିସେମ୍ବର ୪ରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ବୋଲି ଧାର୍ଯ୍ୟ କରାଯାଇଛି  । ଦୁଇ ତିନୋଟି ଘଟଣାକୁ ଛାଡ଼ିଦେଲେ ଏଯାବତ୍ କଂଗ୍ରେସର ସଭାପତି ଚୟନ ନିଦ୍ୱର୍ନ୍ଦରେ ହୋଇଆସୁଛି  । ତେଣୁ ରାହୁଲ ଗାନ୍ଧୀ ହିଁ ଏକମାତ୍ର ପ୍ରାର୍ଥୀ ହେବେବୋଲି ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି  ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook