Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

୧୩ ବର୍ଷ ପରେ ମୁଡ଼ି ବଢ଼ାଇଲା ଭାରତର ରେଟିଂ

Date: Nov 17, 2017    Views: 30

ମୁମ୍ବାଇ : ଅନ୍ତର୍ଜାତୀୟ ରେଟିଂ ଏଜେନ୍ସୀ ମୁଡ଼ି ଦୀର୍ଘ ୧୩ ବର୍ଷ ପରେ ଭାରତର ରେଟିଂ ବା୩ରୁ ବା୨କୁ ବୃଦ୍ଧି କରିଛି  । ଜିଏସଟି ଲାଗୁ, ଆଧାର କାର୍ଯ୍ୟକାରୀ, ପ୍ରତ୍ୟକ୍ଷ ହସ୍ତାନ୍ତର ଭଳି ଆର୍ଥିକ ସଂସ୍କାର ଲାଗୁ କରାଯାଇଥିବାରୁ ଏହି ରେଟିଂ ବୃଦ୍ଧି ପାଇଥିବା ମୁଡ଼ି ପକ୍ଷରୁ ଦର୍ଶାଯାଇଛି  ।


୨୦୦୪ରେ ମୁଡ଼ି ଭାରତର ରେଟିଂ ବା୩କୁ ବୃଦ୍ଧି କରିଥିଲା  । ଏଠାରେ ସୂଚାଇ ଦିଆଯାଇପାରେଯେ, ୨୦୦୪ରେ କେନ୍ଦ୍ରରେ ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାର ଥିଲା  । ମୁଡ଼ିର ଏହି ରେଟିଂ ବୃଦ୍ଧି ଫଳରେ ଅନ୍ତର୍ଜାତିକ କ୍ଷେତ୍ରରେ ଆର୍ଥିକ କାରବାର ଦୃଷ୍ଟିକୋଣରୁ ଭାରତ ଲାଭବାନ ହେବ  । ଏହାଦ୍ୱାରା ଭାରତ ଓ ଭାରତୀୟ କମ୍ପାନୀଗୁଡ଼ିକ ଅନ୍ତର୍ଜାତୀୟ ବଜାରରୁ କମ୍ ସୁଧ ହାରରେ ଋଣ ଉଠାଇପାରିବେ  । ଏବେ ଅନ୍ତର୍ଜାତୀୟ ବଜାରରୁ ଋଣ ଉଠାଇବା ପାଇଁ ଅଧିକ ସୁଧ ପ୍ରଦାନ କରିବାକୁ ପଡ଼ିଛି  । ନୋଟବନ୍ଦୀ ଓ ଜିଏସଟିକୁ ନେଇ ବହୁଧା ସମାଲୋଚିତ ହେଉଥିବା ନରେନ୍ଦ୍ର ମୋଦିଙ୍କ ସରକାର ପାଇଁ ମୁଡ଼ିର ଏହି ରେଟିଂ ବୃଦ୍ଧି ଆଶ୍ୱସ୍ତି ପ୍ରଦାନ କରିଛି ବୋଲି ଅର୍ଥନୀତିଜ୍ଞମାନେ ମତପୋଷଣ କରିଛନ୍ତି  । କ୍ରମାଗତ ଭାବେ ଭାରତର ଆର୍ଥିକ ଅଗ୍ରଗତି ଓ ଆର୍ଥିକ ସଂସ୍କାର ଭାରତର ଅଭିବୃଦ୍ଧିକୁ ଆହୁରି ଆଗକୁ ନେବବୋଲି ମୁଡ଼ି ଆଶା ପ୍ରକାଶ କରିଛି  ।


    

Maximum 500 characters