Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ବିଜେଡ଼ି ବିଧାୟକଙ୍କ ନାଁରେ ଏତଲା ଦେଲା ବିଜେପି

Date: Nov 17, 2017    Views: 39

କଳହାଣ୍ଡି : ଗୋଟିଏ ପଟେ ବିଜେଡ଼ି ଓ ବିଜେପି ମଧ୍ୟରେ ପତିଆରା ଲଢେ଼ଇ ଚାଲିଥିବାବେଳେ କଳାହାଣ୍ଡିରେ ଏହା ଉଗ୍ରରୂପ ନେଇଛି  । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଭୂମିପୂଜନ ବେଳେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଡକାଯାଇନଥିବାରୁ ପ୍ରତିବାଦ କରିଛି ବିଜେପି  । ଏନେଇ ଜିଲ୍ଲା ପରିଷଦ ସଭ୍ୟା ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିବାବେଳେ ବିଧାୟକ ସେମାନଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ  । ଯାହାକୁ ନେଇ ବିଜେପି ଜିଲ୍ଲା ପରିଷଦ ସଭ୍ୟାଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇଥିବାବେଳେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ୍  ।


ମିଳିଥିବା ସୂଚନାନୁସାରେ ଲାଂଜିଗଡ଼ ବ୍ଲକ୍ର ବାତେରିଲାମା ପଂଚାୟତର ଏକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଭୂମିପୂଜନ କରିଥିଲେ ବିଧାୟକ ବଳଭଦ୍ର ମାଝୀ ଓ ତାଙ୍କ ପନôୀ  । ତେବେ ଉକ୍ତ ଭୂମିପୂଜନକୁ କଳାହାଣ୍ଡି ଜିଲ୍ଲାର ୨ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ମାଝୀଙ୍କୁ ଡକାଯାଇନଥିଲା  । ଏନେଇ କଳ୍ପନା ଓ ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ମାଝୀ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ  । ତେବେ କାହିଁକି ସେମାନଙ୍କୁ ଡକାଗଲା ନାହିିଁ ବୋଲି ପ୍ରଶ୍ନ କରିବାରୁ ବିଧାୟକ ସେମାନଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି  । ଏନେଇ ଲାଂଜିଗଡ଼ ଥାନାରେ ଜିଲ୍ଲା ପରିଷଦ ସଭ୍ୟା ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ ଘଟଣାକୁ ଚପେଇ ଦେବା ପାଇଁ ଉଦ୍ୟମ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି  । ତେବେ ବିଜେପି ପକ୍ଷରୁ ଥାନା ଘେରାଉ ପରେ ବିଧାୟକ ବଳଭଦ୍ର ମାଝୀଙ୍କ ବିରୋଧରେ ଆଇପିସିର ଧାରା ୨୯୪ ଓ ୫୦୬ ଦଫାରେ ମାମଲା ରୁଜୁ କରାଯାଇଛି  ।


    

Maximum 500 characters