Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ପରିବର୍ତିତ କୃଷି ଋଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

Date: Nov 13, 2017    Views: 26

ସାଧାରଣ କୃଷି ଋଣରେ ଚାଷୀମାନଙ୍କୁ ଯେଉଁ ସୁଧ ରିହାତି ଓ ସହାୟତା ମିଳୁଛି ପରିବର୍ତିତ କୃଷି ଋଣରେ ତାହା ମିଳୁନାହିଁ  । ସାଧାରଣ କୃଷି ଋଣ ଭଳି ପରିବର୍ତିତ କୃଷି ଋଣରେ ମଧ୍ୟ ଚାଷୀଙ୍କୁ ସମାନ ସୁଧ ରିହାତି ଓ ପ୍ରୋତ୍ସାହନ ପ୍ରଦାନ କରିବାର ଆବଶ୍ୟକତା ରହିଛି  । ଏହାକୁ ଦୃଷ୍ଟିରେ ରଖି ପରିବର୍ତିତ ଋଣରେ ସୁଧ ହାର କୋହଳ ସହ ପ୍ରୋତ୍ସାହନ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି  ।
ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତିଯେ,ମରୁଡ଼ି ଓ ପୋକ ଯୋଗୁଁ ଓଡ଼ିଶାର କେତେକ ଅଂଚଳରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି  । ଶସ୍ୟ ହାନି ଯୋଗୁଁ ଚାଷୀମାନେ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କୁ ସହାୟତା କରିବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି  । ପ୍ରଭାବିତ ଅଂଚଳରେ ଚାଷୀମାନଙ୍କ ସ୍ୱଳ୍ପ ମିଆଦୀ କୃଷି ଋଣକୁ ମଧ୍ୟମ ମିଆଦୀ ଋଣରେ ପରିବର୍ତିତ କରାଯାଇଛି  । ଯେଉଁ ଚାଷୀମାନେ ନିର୍ଦ୍ଧାରିତ ଅବଧି ମଧ୍ୟରେ ଋଣ ପରିଶୋଧ କରୁଛନ୍ତି ସେମାନଙ୍କୁ କେନ୍ଦ୍ର ସରକାର ୩% ସୁଧ ରିହାତି ପ୍ରଦାନ କରୁଛନ୍ତି  । ତେବେ ପରିବର୍ତିତ କୃଷି ଋଣ କ୍ଷେତ୍ରରେ ଚାଷୀମାନଙ୍କୁ ଏହି ସୁଧ ରିହାତି ମିଳି ପାରୁନାହିଁ  । ଏଥିପ୍ରତି ଦୃଷ୍ଟି ଦେବା ସହ ସୁଧ କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି  ।


    

Maximum 500 characters