Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ଆସିଲାନି ଆମ୍ବୁଲାନ୍ସ, ରାସ୍ତା କଡ଼ରେ ପ୍ରସବ

Date: Nov 13, 2017    Views: 64

ମୟୂରଭଞ୍ଜ: ଫେଲ ମାରିଲା ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା  । ସାଇକେଲ ଯୋଗେ ଡାକ୍ତରଖାନା ଆସୁଥିବା ବେଳେ ରାସ୍ତାକଡରେ ପ୍ରସବ କଲେ ଆସନ୍ନ ପ୍ରସବା  । ବାରିପଦା ସହର ନିକଟସ୍ଥ କ୍ଷେତ୍ରପାଟଣା ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଗତକାଲି ଜଣେ ମହିଳାଙ୍କର ପ୍ରସବବେଦନା ହେବା ଯୋଗୁ ରାତିରେ ତାଙ୍କୁ ସାଇକେଲରେ ଡାକ୍ତରଖାନା ନିଆଯାଉଥିଲା  । ଯନ୍ତ୍ରଣା ଅଧିକ ହେବାରୁ ରାସ୍ତାରେ ଓହ୍ଲାଇବାକୁ ପଡିଥିଲା  ।  ସେଠାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମଦେଇଥିଲେ ।  ତେବେ ରାସ୍ତାରେ ଯାଉଥିବା ଲୋକମାନେ ଆମ୍ବୁଲାନ୍ସ ସେବା ପାଇଁ ଡାକ୍ତରଖାନାକୁ ଫୋନ କରିଥିଲେ ବି କୌଣସି ସେବା ମିଳିନଥିଲା ।  ଶୀତ ଦିନରେ ଅନେକ ସମୟ ଧରି ଥଣ୍ଡା କାକରେ ରହିବା ପରେ ଆମ୍ବୁଲାନସ ଆସିଥିଲା  । ସ୍ଥାନୀୟ ଲୋକଙ୍କ ସହାୟତାରେ ମହିଳାଙ୍କୁ ଡାକ୍ତରଖାନା ପଠାଯାଇଥିଲା  । ମହିଳାଙ୍କର ଘର ଶୁଳିଆପଦା ଛକ ନୂଆଗାଁର ବୋଲି ଜଣାପଡିଛି । 

 


    

Maximum 500 characters