Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ଆଜି ବରଗଡ଼ ଯିବେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ

Date: Nov 13, 2017    Views: 17

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯିବେ । କଳାପାଣି ଗାଁରେ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ସାହୁଙ୍କ ଘରକୁ ସେ ଯିବାର କାର୍ଯ୍ୟକ୍ରମ ରହିଛି । ଗତକାଲି କୃଷିମନ୍ତ୍ରୀ ସୋନପୁର ଓ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ଚାଷୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ ।  ମରୁଡ଼ି ସ୍ଥିତି ସହ ଚକଡ଼ା ପୋକ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଏବଂ ଚାଷୀର ଅବସ୍ଥା ନେଇ ସେ ଉଦବେଗ ପ୍ରକାଶ କରିଥିଲେ ।
ପଡୋଶୀ ରାଜ୍ୟ ଚାଷୀଙ୍କ ପାଇଁ କୃଷି ଋଣ ଛାଡ଼ କରିଛନ୍ତି । ଓଡ଼ିଶା ସରକାର ବି ଚାଷୀଙ୍କ କୃଷି ଋଣ ଛାଡ଼  କରିବା କଥା ବୋଲି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଥିଲେ ।

 


    

Maximum 500 characters