Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ନକଲି ଘିଅ କାରଖାନା ଠାବ, ୬ ଗିରଫ

Date: Nov 13, 2017    Views: 15

ଭୁବନେଶ୍ୱର: ନକଲି ଘିଅ ଭୁବନେଶ୍ୱର ବଜାରରେ କାରବାର ହେଉଥିବା ସୂଚନା ପାଇ କମିସନରେଟ୍ ପୁଲିସ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବଙ୍ଗାଳି ସାହିରେ ଗତକାଲି ରାତିରେ ଚଢଉ କରି ଏକ ନକଲି ଘିଅ ତିଆରି କାରଖାନା ଠାବ କରିଛି । କେବଳ ସେତିକି ନୁହେଁ, ଏହି ନକଲି ଘିଅ କାରବାରରେ ସମ୍ପୃକ୍ତ ୬ ଜଣଙ୍କୁ ଘଟଣାସ୍ଥଳରୁ ପୁଲିସ ଗିରଫ କରିଛି । ନିର୍ଦ୍ଧିଷ୍ଟ ସୂଚନା ପାଇ କମିସନରେଟ୍ ପୁଲିସର ଏକ ସତନ୍ତ୍ର ସ୍କ୍ୱାଡ ବଙ୍ଗଳିସାହିରେ ଏକ ନିର୍ଦ୍ଧିଷ୍ଟ ଘରେ ଚଢଉ କରି ଦୁଇ କୁ୍ୟଣ୍ଟାଲ ନକଲି ଘିଅ ଜବତ କରିବା ସହିତ ନକଲି ଘିଅ ତିଆରିରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଥିଲା । ରିଫାଇନ୍ ତେଲ ଓ ବୋରେକ୍ସ ପାଉଡର ବ୍ୟବହାର କରାଯାଇ ଏହି ନକଲି ଘିଅ ପ୍ରସ୍ତୁତ କରାଯାଉଥିବା ପୁଲିସ ଜାଣିପାରିଛି । ତେବେ ପୁଲିସ ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଛି । ଫଳରେ ଏହି ନକଲି କାରବାରରେ ସମ୍ପୃକ୍ତ ରାକେଟ୍ ସମ୍ପର୍କରେ ଅଧିକ ସୂଚନା ମିଳି ପାରିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

 


    

Maximum 500 characters