Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

ଲାଇନଚୁ୍ୟତ ହେଲା ଷ୍ଟିମ ଇଂଜିନ ଅକବର

Date: Nov 13, 2017    Views: 19

ହରିଆଣା: କାମ କଲାନି ଟ୍ରେନର ବ୍ରେକ  । ପାଖାପାଖି ୨ କିମି ଯାଏଁ ଟ୍ରେନ ଗଡିବା ପରେ ଲାଇନଚୁ୍ୟତ ହୋଇଛି ଟ୍ରେନ  । ହରିଆଣାର ରେବାଡୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପୁଣି ରେଳଧାରଣାରୁ ଲାଇନଚୁ୍ୟତ ହୋଇଛି ୬୫ ବର୍ଷର ପୁରୁଣା ଷ୍ଟିମ ଇଂଜିନ ଅକବର । ରେବାଡୀ ଷ୍ଟେସନରେ ମରାମତି କାର୍ଯ୍ୟ ଚାଲୁଥିବାବେଳେ ଏହି ଟ୍ରେନ ଧାରଣାରୁ ତଳକୁ ଖସିଯାଇଥିଲା  । ରେଳ ବିଭାଗର ସୂଚନା ଅନୁଯାୟୀ ବ୍ରେକ ଲିଭର ଜାମ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି  । ଏଥିରେ କେହି ମୃତାହତ ହୋଇନାହାଁନ୍ତି । ଅକବରର ଇଂଜିନରେ ଯାଂଚ ହେଉଥିବାବେଳେ ହଠାତ ଇଂଜିନ ଗଡିବାକୁ ଆରମ୍ଭ କରିଥିଲା  ।  ଇଂଜିନରେ ଥିବା ୨ଜଣ ଡ୍ରାଇଭର ଜୀବନ ବଂଚାଇବାକୁ ଟ୍ରେନରୁ ଡେଇଁ ପଡିଥିଲେ  ।  ଏହି ଟ୍ରେନ ୬୫ ବର୍ଷ ପୁରୁଣା ହୋଇଥିବବେଳେ ୨୦ରୁ ଅଧିକ ବଲିଉଡ ଫିଲ୍ମରେ ଏହାର ବ୍ୟବହାର କରାଯାଇଥିଲା ।

 


    

Maximum 500 characters