Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

ମହାତ୍ମା ଗାନ୍ଧିଙ୍କ ମୁହଁରେ ସିଗାରେଟ

Date: Nov 12, 2017    Views: 21


ନବରଙ୍ଗପୁର: ମହାତ୍ମା ଗାନ୍ଧିଙ୍କ ମୁହଁରେ ସିଗାରେଟ୍  । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏମିତି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାମୁଗୁଡା ଗାଁରେ  । କୋଷାମୁଗୁଡା ମହାତ୍ମା ଗାନ୍ଧି ଶିଶୁ ଉଦ୍ୟାନରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ମୁହଁରେ ଜଳନ୍ତା ସିଗାରେଟ୍ ଲଗାଇ ସେଲ୍ଫି ନିଆଯାଇଛି  । ଆଉ ଏମିତି କାଣ୍ଡ ଘଟାଇଛନ୍ତି ସେଲ୍ଫି ନିଶାରେ ମସଗୁଲ ଦୁଇ ଜଣ ଯୁବକ  ।  ଖାଲି ସେଲଫି ଉଠାଇ ନାହାନ୍ତି, ଏହି ସେଲଫିକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ ମଧ୍ୟ କରିଛନ୍ତି  । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବକଙ୍କ ବିକୃତ ମାନସିକତାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ମାମଲା ପହଂଚିଛି ଥାନାରେ  । ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ କୋଷାମୁଗୁଡା ଥାନାରେ ଦୁଇ ଯୁବକଙ୍କ ନାଁରେ ଏତଲା ଦିଆଯାଇଛି  । ସେହିପରି ନବରଙ୍ଗପୁର ମା’ ଘର ପକ୍ଷରୁ ମଧ୍ୟ ଯୁବକ ଦୁଇଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି  । ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଅଭିଯୋଗ ଅନୁସାରେ କୋଷାଗୁମୁଡାସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉପରକୁ ଚଢି ଦୁର୍ବୃତ୍ତମାନେ ଗାନ୍ଧିଜୀଙ୍କୁ ସିଗାରେଟ ପିଆଉଛନ୍ତି  । ଗାନ୍ଧିଜୀଙ୍କୁ ସିଗାରେଟ ପିଆଇବା ସହିତ ଦୁର୍ବୃତ୍ତମାନେ ସେଲଫି ନେଇଥିବା ଦୃଶ୍ୟ ଫେସବୁକରେ ଭାଇରାଲ ହୋଇଥିବା ଜଣାପଡ଼ିଛି  । ସୂଚନାଯୋଗ୍ୟ, ଦୁର୍ବୃତ୍ତମାନେ ଗତ ନଭେମ୍ବର ୪ ସନ୍ଧ୍ର୍ୟା ୫ଟା ୩୯ମିନିଟରେ ଗାନ୍ଧିଜୀଙ୍କର ଏହି ଫଟୋକୁ ଉଠାଇଥିଲେ  । ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମୁନା ତ୍ରିପାଠୀ ଓ ସମ୍ପାଦକ ଅବଦୁଲ ଫିରୋଜ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି  । ଏହି ଘଟଣାକୁ ମା’ଘର ପକ୍ଷରୁ ମଧ୍ୟ ପ୍ରବଳ ନିନ୍ଦା କରାଯାଇଛି  ।


    

Maximum 500 characters