Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ବାପାର ଠେଙ୍ଗା ମାଡ଼ରେ ପୁଅର ମୃତ

Date: Nov 12, 2017    Views: 35


ସୋର: ବାଲେଶ୍ୱର ଜିଲ୍ଲା ଔପଦା ବ୍ଳକ୍ ବଡ଼ପୋଖରୀ ଗାଁରେ ବାପାର ଠେଙ୍ଗା ମାଡ଼ରେ ପୁଅର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ରାମ ସିଂଙ୍କ ପୁଅ ଜଙ୍ଗଲ । ଅଭିଯୋଗ ଅନୁଯାୟୀ ଜମିଜମାକୁ କେନ୍ଦ୍ରକରି ରାମ ସିଂ ଓ ତାଙ୍କ ପୁଅ ଜଙ୍ଗଲଙ୍କ ମ୍ମରେ ବିବାଦ ରହିଥିଲା ।  ଗତକାଲି ସନ୍ଧ୍ୟାରେ ରାମ ସିଂ ଓ ତାଙ୍କର ମଝିଆଁ ପୁଅ ବଟା ମିଶି ଜଙ୍ଗଲକୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଜଙ୍ଗଲକୁ ଗ୍ରାମବାସୀ ଉଦ୍ଧାର କରି ଔପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ପରେ ଜଙ୍ଗଲଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।   ଘଟଣାସ୍ଥଳରେ ନିଳିଗିରି ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।  ଔପଦା ଥାନାରେ ରାମ ସିଂ ଓ ବଟା ସିଂକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।


    

Maximum 500 characters