Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ଅଗ୍ନିକାଣ୍ଡ: ମାଆ ଓ ଝିଅ ମୃତ, ସ୍ୱାମୀ ଗୁରୁତର

Date: Nov 12, 2017    Views: 30


ବାରିପଦା: ନିଆଁରେ ଜଳିଗଲେ ମାଆ ଓ ଝିଅ ।  ଏହି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲ୍ଳକ୍ ଜଗନ୍ନାଥଖୁଣ୍ଟା ଗାଁରେ । ଗାଁର ବାବାଜୀ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ତାଙ୍କ ସ୍ତ୍ରୀ ବୀଣା ଜୀଅନ୍ତା ଜଳି ଯାଇଥିଲେ ।  ବାବାଜୀ ଓ ତାଙ୍କ ୭ ବର୍ଷର ଝିଅକୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତୁ୍ୟ ହୋଇଛି । ବାବାଜୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନି ।


    

Maximum 500 characters