Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ଯାତ୍ରାପାର୍ଟିରେ ଛୁରାମାଡ, ୨ ଆହତ

Date: Nov 12, 2017    Views: 26


ଗଞ୍ଜାମ: ଗଞ୍ଜାମ ହିଞ୍ଜିଳିକାଟୁରେ ଯାତ୍ରାପାର୍ଟିରେ ଛୁରାମାଡ ହୋଇଛି  । ପାର୍ବତୀ ଗଣନାଟ୍ୟର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଏଭଳି ଘଟଣା ଘଟିଛି  । ଏଥିରେ ସ୍ୱମୀ, ସ୍ତ୍ରୀ ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି  । ଏହି ଦୁଇଜଣ ହେଲେ ସଞ୍ଜୟ ବେହେରା ଓ ମାନିନୀ ବେହେରା  ।  ଖବର ଅନୁସାରେ, ମାନିନୀ ବେହେରାଙ୍କ ଫଟୋକୁ ଯାତ୍ରା ପାର୍ଟିରେ କାମ କରୁଥିବା ଚକା ନାମକ ଜଣେ ଯୁବକ ସୋସିସିଆଲ ମିଡିଆରେ ପୋଷ୍ଟ କରୁଥିଲେ  ।ପୁଣି ସଂପୃକ୍ତ ଯୁବକ ଜଣକ ଏଭଳି ପୋଷ୍ଟ କରିବାକୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା  । ତେବେ ଏଥିରେ ଉତକ୍ଷିପ୍ତ ହୋଇ ଚକା ସଞ୍ଜୟଙ୍କୁ ଛୁରାମାଡ କରିଥିଲା  ।


    

Maximum 500 characters