Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଭାତ ତ୍ରିପାଠୀ

Date: Nov 12, 2017    Views: 18


ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଭାତ ତ୍ରିପାଠୀ  । ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି  ।  ଅଢେଇ ବର୍ଷରେ ପ୍ରଥମ ଥର ପାଇଁ ନବୀନଙ୍କୁ ଭେଟିଛନ୍ତି ପ୍ରଭାତ  ।  ଏହାସହ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି  । ପ୍ରଭାତ ତ୍ରିପାଠୀଙ୍କୁ ଆହୁରି ଭଲ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ।  ଗତକାଲି ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ହଟିଥିଲା  । ୨୦୧୪ରେ ଏଟି ଚିଟଫଣ୍ଡ ଲିଙ୍କ ମାମଲାରେ ଗିରଫ ହେବା ପରେ ତାଙ୍କୁ ବିଜେଡିରୁ ନିଲମ୍ବନ କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ  ।  ଏବେ ପୁଣି ତାଙ୍କ ଉପରୁ ନିଲମ୍ବନ ହଟାଇଛନ୍ତି ନବୀନ ।


    

Maximum 500 characters