Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

ବର୍ଷା ନେଇ ଉପଦେଶାବଳୀ ଜାରି କଲା ଓୟୁଏଟି

Date: Nov 12, 2017    Views: 28


ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୧୩ ତାରିଖରୁ ୧୮ ତାରିଖ ଯାଏ ରାଜ୍ୟରେ ଲଘୁଚାପ ଜନିତ ବର୍ଷାର ଆଶଙ୍କା ରହିଛି । ତେଣୁ ଧାନରେ ପାଚିଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ରଖିବା ପାଇଁ  ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଉପଦେଶାବଳୀ ଜାରି କରାଯାଇଛି । ସେହିପରି ଯେଉଁ ଧାନ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ପାଚି ନାହିଁ ତାକୁ ସୁରକ୍ଷିତ ରଖିବା ପାଇଁ  ସେଠାରେ ଲୁଣମିଶା ପାଣି ସ୍ପ୍ରେ କରିବାକୁ କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏକ ଲିଟର ପାଣିରେ ୨୦ ଗ୍ରାମ ଲୁଣ ମିଶାଇ ସ୍ପ୍ରେ କରିବାକୁ  କୁହାଯାଇଛି । ସୂଚନାଯୋଗ୍ୟ ଯେ ଲଘୁଚାପ ଯୋଗୁଁ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ଯାଏ ହାଲୁକା ବର୍ଷା ହୋଇପାରେ ।  ସେହିପରି ୧୬ରୁ ୧୮ ତାରିଖ ଯାଏ ମଧ୍ୟମରୁ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଷୀମାନଙ୍କ ଲାଗି ଏହି ଉପଦେଶାବଳୀ ଜାରି କରାଯାଇଛି ।


    

Maximum 500 characters