Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ଓଡ଼ିଶା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେଶ: ଭେଙ୍କିଆ ନାଇଡୁ

Date: Nov 12, 2017    Views: 17


ଭୁବନେଶ୍ୱର: ଓଡ଼ିଶା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେଶ । ମୋତେ ଓଡ଼ିଶା ଭଲ ଲାଗେ ବୋଲି ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଶନିବାର କହିଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭେଙ୍କିଆ ନାଇଡୁ ମା, ମାତୃଭୂମି ଓ ମାତୃଭାଷାର ମହ ସମ୍ପର୍କରେ ସଂକ୍ଷେପରେ ଅଭିଭାଷଣ ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଏହି ୩ଟି ଜିନିଷକୁ ଭୁଲି ରହିବା ସହଜ ନୁହେଁ । ମାତୃଭାଷା ମାଧ୍ୟମରେ ଭାବକୁ ପ୍ରକାଶ କରିବା ଯେତିକି ସହଜ ତାହା ଆଉ କେଉଁ ଭାଷାରେ ସହଜ ନୁହେଁ । ଆମେ ନିଜର ଗୃହ ସହରରେ ମାତୃଭାଷାରେ କଥା ହେବାକୁ ପ୍ରଥମେ ପସନ୍ଦ କରିଥାଉ । ୨ ଦିନିଆ ଗସ୍ତର ଅନ୍ତିମ ଦିନରେ ଉପ-ରାଷ୍ଟ୍ରପତି ନାଇଡୁ କହିଛନ୍ତି, ଜୀବନରେ ଗୁରୁଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣୟ ସୂଚନା ପ୍ରଯୁକ୍ତି ଯେତେ ଆଗରେ ଥାଉ ନାଁ କାହିଁକି ଗୁରୁଙ୍କ ସ୍ଥାନ ଗୁଗଲ୍ ନେଇ ପାରିବ ନାହିଁ । ଆଧୁନିକ ଦେଶରେ କୁଶଳତାକୁ ବିକାଶ କରିବାର ଅଛି । ଶିକ୍ଷା ବାଟ ଦେଖାଇଥାଏ । ଭାରତ ବିଭିତ୍ତ କ୍ଷେତ୍ରରେ ବିକାଶ ଲାଭ କରୁଛି ବୋଲି ଉପ-ରାଷ୍ଟ୍ରପତି କହିଛନ୍ତି । ସେ କହିଛନ୍ତି, ମୁଁ ରାଜନୀତିରୁ ସନ୍ୟାସ ନେଇଛି ସତ କିନ୍ତୁ ଜୀବନରୁ ନୁହେଁ । ସମାରୋହରେ ରାଜ୍ୟପାଳ ଏସସିଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଦି ମଞ୍ଚାସୀନ ଥିଲେ । ତେବେ ଶେଷ ଖବର ସୁଦ୍ଧା ଉପରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯାଇଥିବା ଜଣାଯାଇଛି ।


    

Maximum 500 characters