Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ଆସୁଛି ଲଘୁଚାପ, ଚିନ୍ତାରେ ଚାଷୀ

Date: Nov 11, 2017    Views: 26

ଭୁବନେଶ୍ବର : ଆସୁଛି ଲଘୁଚାପ । ପ୍ରବଳ ବର୍ଷା ହେବାର ବି ଆଶଙ୍କ ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯିବା ପରେ ଚିନ୍ତାରେ ପଡି ଯାଇଛନ୍ତି ଚାଷୀ । ମରୁଡି ଓ ଚକଡା ପୋକ ପରେ ଅଦିନିଆ ବର୍ଷା ଏବେ ଆହ୍ବାନ ସୃଷ୍ଟି କରିଥିବା ବେଳେ ସରକାର ଚାଷୀଙ୍କ ପାଇଁ କେତେକ ଗାଇଡଲାଇନ ଜାରି କରିଛନ୍ତି । ମିଳିଥିବା ସୂଚନାନୁସାରେ ଲଘୁଚାପ ପ୍ରଭାବରେ ୧୩ ଓ ୧୪ ତାରିଖରେ କୋହଲା ପବନ ବହିବା ସହ ୧୫ ଓ ୧୬ରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହାକୁ ଆଖିଆଗରେ ରଖି ସରକାର ଚାଷୀଙ୍କୁ କେତେକ ପରାମର୍ଶ ଦେଇଛନ୍ତି । ପାଚିଥିବା ଧାନକୁ କାଟି ଘରକୁ ଆଣିବାକୁ ପରାମର୍ଶ ଦିଆଯାଇଛି । ଯଦି ଧାନ ସଂପୂଣ୍ଣ ପାଚିନଥିବ ତେବେ ସଲଟ ସ୍ପ୍ରେ କରିବାକୁ କୁହାଯାଇଛି ।


    

Maximum 500 characters