Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ବସ ଧକ୍କାରେ ୩ ମୃତ

Date: Nov 10, 2017    Views: 24


କଟକ: ବଡମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍ଣରେ ଏକ ବସ(ଓଡି-୦୫-ଡି-୭୦୯୭) ରାସ୍ତା କଡ଼ରେ ଯାଉଥିବା ୩ଜଣଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏକ ମୋବାଇଲ ଟାୱାର କମ୍ପାନୀରେ କାର୍ଯ୍ୟରତ ଜଣେ କର୍ମ·ରୀ ରାସ୍ତା କଡ଼ରେ କାର ରଖି ମୋବାଇଲ ଓ ଲ୍ୟାପଟପ୍ ନେଇ ଟାଓ୍ାର ପଟକୁ ଯାଉଥିବା ବେଳେ କଟକରୁ ନରସିଂହପୁର ଯାଉଥିବା ବସଟି ଧକ୍କା ଦେଇଥିଲା ।  ସେହି ସମୟରେ ବାଙ୍କି ଅଞ୍ଚଳର ଆଉ ୨ଜଣ ଲୋକ ବାଇକରେ ଯାଉଥିଲେ ।  ବାଇକ ଆରୋହୀମାନେ ମଧ୍ୟ ବସ ଚକ ତଳେ ଚାପି ହୋଇ ଯାଇଥିଲେ । ମୃତ ୩ଜଣଙ୍କ ମଧ୍ୟରେ ଜଣଙ୍କର ନାମ ଉଦୟନାଥ ସ୍ୱାଇଁ ବୋଲି ଜଣାପଡ଼ିଛି । ବସ ଚାଳକ ଫେରାର ଥିବା ଜଣାପଡ଼ିଛି । ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ ଓ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।


    

Maximum 500 characters