Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ଲୁଗା ଦୋକାନ ସେଲ୍ସ ମ୍ୟାନକୁ ବିଭତ୍ସ ହତ୍ୟା

Date: Nov 10, 2017    Views: 18


ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ଧାମରା ପ୍ରତିରକ୍ଷା ବିଭାଗ ରାସ୍ତାର ପାରାପୋଖରୀ ଓ ବିଦେଇପୁର ଛକ ମଧ୍ୟରେ ରାସ୍ତା କଡ଼ରୁ ଶୁକ୍ରବାର ସକାଳୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଭଦ୍ରକ ଜିଲା ଭଦ୍ରକାଳୀ ଗ୍ରାମର ନିରଞ୍ଜନ ସ୍ୱାଇଁ(୪୮) ।  ପ୍ରକାଶ ଯେ, ନିରଞ୍ଜନ ଭଦ୍ରକର ଏକ ପ୍ରତିଷ୍ଠିତ ଲୁଗା ଦୋକାନରେ ସେଲ୍ସ ମ୍ୟାନ ଭାବେ କାମ କରୁଥିଲେ ।  ଗୁରୁବାର ସେ ଭଦ୍ରକରୁ ଏକ ବସ୍ ଯୋଗେ ବିଭିନ୍ନ ଅଞ୍ଚଳକୁ ବକେୟା ଟଙ୍କା ଆଦାୟ କରିବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଅତି ର୍ନିମମ ଭାବେ ହତ୍ୟା କରିଛନ୍ତି । ନିରଞ୍ଜନଙ୍କ ମୁଣ୍ଡରେ ଗଭିର କ୍ଷତ ସୃଷ୍ଟି ହେବା ସହ ତାଙ୍କ ମୁଣ୍ଡର ଚମଡା କାଢି ନେଇଛନ୍ତି । ତାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।


    

Maximum 500 characters