Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାଇକ ଉପରେ ଚଢିଗଲା ଟ୍ରକ, ୨ ମୃତ

    Share on :
    Date: Nov 10, 2017    Views: 93


    କନ୍ଧମାଳ: ଘନ କୁହୁଡ଼ି ଭିତରେ ଶୁକ୍ରବାର ଏକ ବାଇକ ଉପରେ ଟ୍ରକ ଚଢି ଯିବାରୁ ୨ଜଣ ଯୁବକଙ୍କ ମୃତୁ୍ୟ ହୋଇଛି । ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ସଦର ଥାନା ଅନ୍ତର୍ଗତ ସୀତାକପଙ୍ଗା ନିକଟରେ ବାଇକୁପା ଗ୍ରାମର ବାବୁନା ମଲ୍ଲିକ(୨୫) ଓ ଦିବ୍ୟସିଂହ ମଲ୍ଲିକ(୨୬) ବାଇକରେ ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା ।  ଘଟଣାସ୍ଥଳରେ ହିଁ ବାବାନାର ମୃତ୍ୟୁ ହୋଇଥିବା ବେଳେ, ଦିବ୍ୟସିଂହର ହସ୍ପିଟାଲରେ ମୃତୁ୍ୟ ହୋଇଥିଲା ।
    ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରଛନ୍ତି । ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରୁଛି । ଅପରପକ୍ଷେ ଦୁର୍ଘଟଣା କରିଥିବା ଟ୍ରକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ଗ୍ରସ୍ତ ବାଇକକୁ ପୁଲିସ ଜବତ କରିଛି ।

    Maximum 500 characters

    ତାଜା ଖବର View all

    Find Us on Facebook