Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

କୁନ୍ଦୁଲି ପୀଡ଼ିତାଙ୍କୁ ୫୦ ହଜାର ଟଙ୍କା ସହାୟତା ଦିଅ: ରାଜ୍ୟ ମାନବାଧିକାର କମିସନ

Date: Nov 10, 2017    Views: 16


ଭୁବନେଶ୍ୱର: ଆଜି କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଦେବାକୁ ରାଜ୍ୟ ମାନବାଧିକାର କମିସନଙ୍କ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ଏହି ମାମଲାରେ  ପୀଡ଼ିତାଙ୍କ ଚିକିତ୍ସା ହୋଇଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅଧିକ୍ଷକଙ୍କୁ ମଧ୍ୟ ରାଜ୍ୟ ମାନବାଧିକାର କମିସନ୍ ହାଜର ହେବା ପାଇଁ ନୋଟିସ ଜାରି କରଥିଲେ ।  ଅଧିକ୍ଷକ ଆଜି କମିସନଙ୍କ ନିକଟରେ ହାଜର ହୋଇ ଏହି ମାମଲାର ସମସ୍ତ ମେଡିକାଲ ରିପୋର୍ଟ ଦାଖଲ କରିଛନ୍ତି । ତେବେ ଅଧିକ୍ଷକ ଦୁଷ୍କର୍ମ ହୋଇଥିବା  । ସମ୍ପର୍କରେ ସ୍ପଷ୍ଟ କରି ନ ଥିବା ବେଳେ  ମାନବାଧିକାର କମିସନର ରାଜ୍ୟ ଏସସି/ଏସଟି ବିଭାଗ ଓ କୋରାପୁଟ ଜିଲ୍ଲାପାଳଙ୍କୁ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କାର ମଧ୍ୟବର୍ତ୍ତୀ କାଳୀନ ଅନୁକମ୍ପା ରାଶୀ  ପ୍ରଦାନ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏହା ଆସନ୍ତା ୨୭ ତାରିଖ ସୁଦ୍ଧା ଯେପରି ପୀଡ଼ିତାଙ୍କୁ ଦିଆଯାଏ ସେ ନେଇ ପଦକ୍ଷେପ ନେବାକୁ କମିସନ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।  ସେହିପରି ପୀଡ଼ିତାଙ୍କୁ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ରଖି ପାଠ ପାଇବାର ବ୍ୟବସ୍ଥା କରିବା  ପାଇଁ କମିସନ୍ ନିଦେ୍ର୍ଧଶ ଦେବା ସହିତ  ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କ୍ରାଇମ୍ ବ୍ରାଞ୍ଚଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।


    

Maximum 500 characters