Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ପ୍ରଭାତ ତ୍ରିପାଠୀଙ୍କ ଉପରୁ ଉଠିଲା ନିଲମ୍ବନ ନିଦେ୍ର୍ଧଶ

Date: Nov 10, 2017    Views: 15


ଭୁବନେଶ୍ୱର: ଚିଟ୍ ଫଣ୍ଡ ମାମଲାରେ ଛନ୍ଦି ହୋଇ ସିବିଆଇ ଦ୍ୱାରା ଗିରଫ ହୋଇ ଜାମିନେରେ ଆସିଥିବା ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ଆଜି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ନିଦେ୍ର୍ଧଶ ଉଠାଇ ନେଇଛନ୍ତି । ସୂଚନାଯୋଗ୍ୟ ଯେ ଚିଟ୍ ଫଣ୍ଡ ମାମଲାରେ ଶ୍ରୀ ତ୍ରିପାଠୀଙ୍କୁ ଓଡ଼ିଶା ହାଇକୋର୍ଟ ଦେଇଥିବା ଜାମିନ୍ ବିରୋଧରେ ସିବିଆଇ ସୁପ୍ରିମ କୋର୍ଟରେ ଆବେଦନ କରିଥିଲା ।  ମାତ୍ର ସିବିଆଇର ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଦେବା ପରେ ବିଜେଡି ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି ।


    

Maximum 500 characters