Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

କେନ୍ଦ୍ର ମନ୍ତ୍ରୀ ନିଜର ବ୍ୟକ୍ତିଗତ ଆକାଉଣ୍ଟରୁ ଟଙ୍କା ଦେଉନାହାନ୍ତି: ଦାମ

Date: Nov 10, 2017    Views: 19


ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ନିଜର ବ୍ୟକ୍ତିଗତ ଆକାଉଣ୍ଟରୁ ଟଙ୍କା ଦେଉନାହାନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କ ବୟାନକୁ ନେଇ ଦାମରାଉତଙ୍କ ଏହି ଜବାବ । କୃଷି ଏକ ରାଜ୍ୟ ବିଷୟ ଓ କୃଷକ ରାଜ୍ୟ ସରକାରଙ୍କର ।  ଏଥିରେ କୌଣସି ଅବହେଳା ହୋଇନାହିଁ ବୋଲି ଦାମ ରାଉତ କହିଛନ୍ତି  । ଏହାସହ ରାଧାମୋହନ ସିଂଙ୍କ ଦରଦ ପାଇଁ ତାଙ୍କୁ ସାଧୁବାଦ ଓ ରାଧାମୋହନ ଗୋଟିଏ ପ୍ରକିୟାରେ ଆଲୋଚନା କରନ୍ତୁ ବୋଲି ବୋଲି ଦାମ କହିଛନ୍ତି  । କେନ୍ଦ୍ର ମନ୍ତ୍ରୀ ନିଜର ବ୍ୟକ୍ତିଗତ ଆକାଉଣ୍ଟରୁ ଟଙ୍କା କାଢି ରାଜ୍ୟ ସରକାରଙ୍କୁ ଦେଲାଭଳି ମତାମତ ନଦିଅନ୍ତୁ ବୋଲି ଦାମ ରାଉତ କହିଛନ୍ତି  ।
 ଗତକାଲି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ଅଭିଯୋଗ ଆଣି କହିଥିଲେ ଯେ, ଅକ୍ଟୋବର ୪-୫ ତାରିଖରେ କେନ୍ଦ୍ରୀୟ ଅନୁଷ୍ଠାନ ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଥିଲେ ବି କୌଣସି ପଦକ୍ଷେପ ନେଇନଥିଲେ ଓଡିଶା ସରକାର ।  ସେପଟେ ରାଜ୍ୟ ସରକାର ଏହି କ୍ଷୟକ୍ଷତିର ଭରଣା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗାଇଡଲାଇନ୍ ଦେଇଛନ୍ତି  ।  ଚକଡା ପୋକ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ସମେତ ସମସ୍ତ ଭାଗ ·ଷୀଙ୍କୁ ବି ଏହି ସହାୟତା ମିଳିବ  ।


    

Maximum 500 characters