Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

କମିପାରେ ୨୦୦ ସାମଗ୍ରୀର ଦର

Date: Nov 10, 2017    Views: 14

ନୂଆଦିଲ୍ଲୀ: ଗତକାଲି ଆରମ୍ଭ ହୋଇଥିବା ସାମଗ୍ରୀ ଓ ସେବା ଟିକସ ପରିଷଦର ଦୁଇଦିନିଆ ବୈଠକର ଆଜି ଶେଷ ଦିନ  । ଆଜି ବୈଠକରେ ପ୍ରାୟ ୧୫୦ରୁ ୨୦୦ ସାମଗ୍ରୀ ଉପରେ ଧାର୍ଯ୍ୟ ଜିଏସଟି ହ୍ରାସ କରିବାକୁ ପରିଷଦ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ମୁଖ୍ୟତଃ ଯେଉଁ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହୋଇଛି ସେହି ସାମଗ୍ରୀ ଉପରୁ ଟିକସ ହ୍ରାସ ହୋଇପାରେ ।  ଏଥିସହିତ ରିଟର୍ଣ୍ଣ ବ୍ୟବସ୍ଥାକୁ ସରଳ କରିବା ପାଇଁ ମଧ୍ୟ ପଦକ୍ଷେପ ନେଇପାରେ । ମିଳିଥିବା ସୂଚନା ଅନୁଯାୟୀ ୨୮ ପ୍ରତିଶତ ଜିଏସଟି ବର୍ଗରେ ଥିବା ସାମଗ୍ରୀ ମଧ୍ୟରୁ ୧୬୫ଟି ସାମଗ୍ରୀର ଟିକସ ୧୮ ପ୍ରତିଶତକୁ ହ୍ରାସ କରାଯାଇପାରେ ।  କେବଳ ୬୨ଟି ସାମଗ୍ରୀକୁ ୨୮ ପ୍ରତିଶତ ବର୍ଗରେ ରଖାଯିବ ବୋଲି କୁହାଯାଉଛି । ସେହିଭଳି ୧୮ ପ୍ରତିଶତ ଜିଏସଟି ଆଦାୟ ହେଉଥିବା ସାମଗ୍ରୀ ମଧ୍ୟରୁ କେତେକ ସାମଗ୍ରୀକୁ ୧୨ ପ୍ରତିଶତ ଜିଏସଟି ବର୍ଗରେ ସାମିଲ କରାଯିବ ।  ଏଥିସହିତ ରିଅଲ ଇଷ୍ଟେଟ କ୍ଷେତ୍ରକୁ ଜିଏସଟି ପରିସରରେ ସାମିଲ କରିବା ଲାଗି ମଧ୍ୟ ବୈଠକରେ ଆଲୋଚନା ହୋଇପାରେ । ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ନିମନ୍ତେ କି ପ୍ରକାର ନୂଆ ପଦକ୍ଷେପ ନିଆଯାଇ ପାରିବ ସେ ନେଇ ପରିଷଦ ଆଲୋଚନା କରିବାର ସମ୍ଭାବନା ରହିଛି ।

 


    

Maximum 500 characters