Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ଅଗ୍ନିକାଣ୍ଡ: ୫ ଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ

Date: Nov 10, 2017    Views: 16

ରାଜନଗର: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲା ରାଜନଗର ବଜାର ଉପରେ ଥିବା ଏକ ଡଷ୍ଟବିନ  ଅଳିଆ ଗଦାରେ ଲାଗିଥିବା ନିଆଁ ନିକଟରେ ଥିବା ଏକ ସାଇକେଲ ଗୋଦାମକୁ ବ୍ୟାପୀ ଯିବାରୁ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି । ହାଟପାଳିରେ ଜମା ହୋଇଥିବା ଅଳିଆକୁ ଏକାଠି କରି ନିଆଁ ଲଗାଯାଇଥିିବା ବେଳେ ସକାଳ ପ୍ରାୟ ସାଢେ ୬ଟା ବେଳେ ଏହି ନିଆଁ ନିକଟରେ ଥିବା ସତ୍ୟମୋହନ ମହାପାତ୍ରଙ୍କ ସାଇକେଲ ଗୋଦାମକୁ ବ୍ୟାପୀଥିଲା । ଫଳରେ ସାଇକେଲ ପାର୍ଟ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ହୁତୁହୁତୁ ହୋଇ ଜଳି ଉଠିଥିଲା । ପରେ ଏହି ନିଆଁ ଅନ୍ୟ ଏକ ଦୋକୋନକୁ ମାଡ଼ୁଥିବା ବେଳେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ।  ନିଆଁ ଲାଗିଥିବା ସ୍ଥାନରେ ପାଣିର ଅଭାବ ଥିବାରୁ ନିଆଁକୁ ଆୟତ୍ତ କରିବା ବିଳମ୍ବ ହୋଇଥିିଲା ।

 


    

Maximum 500 characters